ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବରସେଲିବ୍ରିଟି
ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲାଯିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି

କଟକ : ସୋଶିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଓ ଫେସ୍ବୁକ୍ରେ ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲାଯିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ସେ କଟକ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏନେଇ ଏତଲା ଦେଇଛନ୍ତି। ଏତଲାରେ ସାଂସଦ ଅନୁଭବ ମହାନ୍ତି ଦର୍ଶାଇଛନ୍ତି ଯେ ଇନ୍ଷ୍ଟାଗ୍ରାମରେ ତାଙ୍କ ନାଁରେ କେହି ଜଣେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଡୋନେସନ ମାଗୁଛି। ଏହି ଫେକ୍ ଏକାଉଣ୍ଟରେ ଲକ୍ଷେ ୯୪ ହଜାର ଫଲୋଅର ଅଛନ୍ତି। ଅନୁଭବ ଆହୁରି ମଧ୍ୟ ଲେଖିଛନ୍ତି ଯେ ଫେକ୍ ଆକାଉଣ୍ଟ ଖୋଲି ଥିବା ବ୍ୟକ୍ତି ତାଙ୍କୁ ବ୍ଲକ୍ କରି ଦେଇଥିବାରୁ ସେ କୌଣସି ପୋଷ୍ଟ ଦେଖିପାରୁ ନାହାନ୍ତି। ଏହା ସହିତ ଫେସ୍ବୁକ୍ରେ ମଧ୍ୟ ତାଙ୍କ ନାଁରେ ଏକ ଫେକ୍ ଆଉଣ୍ଟ ଖୋଲା ଯାଇଥିବା ସେ ଦର୍ଶାଇଛନ୍ତି। ତୁରନ୍ତ ଉକ୍ତ ଫେକ୍ ଆକାଉଣ୍ଟ ଗୁଡ଼ିକୁ ବନ୍ଦ କରିବା ସହିତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଂସଦ ଅନୁଭବ ମହାନ୍ତି ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।