ଓଡ଼ିଶାଶିକ୍ଷା

ଘୁଞ୍ଚିଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା

ଏହି ପରୀକ୍ଷା ଆସନ୍ତା ୧୯ମେ ପରିବର୍ତ୍ତେ ୩୧ ମେ'ରେ ଧାର୍ଯ୍ୟ କରାଯାଇଛି

ଭୁବନେଶ୍ୱର: ଘୁଞ୍ଚିଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ପୂର୍ବ ନିର୍ଦ୍ଧାରିତ ତାରିଖକୁ ବଦଳା ଯାଇ କରାଗଲା ସାମାନ୍ୟ ପରିବର୍ତ୍ତନ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର (ସିଏଚଏସଇ) ବିଜ୍ଞପ୍ତି ଅନୁଯାୟୀ, ବିଜ୍ଞାନ ଓ କଳା ବିଭାଗର ଗଣିତ ବିଷୟ, କଳାର ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ବାୟୋଲୋଜି ବିଷୟର ପରୀକ୍ଷା ତାରିଖକୁ ଘୁଞ୍ଚାଯାଇଛି । ଏହି ପରୀକ୍ଷା ଆସନ୍ତା ୧୯ମେ ପରିବର୍ତ୍ତେ ୩୧ ମେ’ରେ ଧାର୍ଯ୍ୟ କରାଯାଇଛି ।

ଗତ ୨୪ ତାରିଖରେ, ଆସନ୍ତା ୨୮ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷାର ସମୟସୂଚୀ  ପ୍ରକାଶ ପାଇଥିଲା । କିନ୍ତୁ କିଛି ବିଷୟରେ କମ୍ ବ୍ୟବଧାନ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁ ନେଇ ଛାତ୍ରଛାତ୍ରୀନେ ପରୀକ୍ଷା ତାରିଖ ବଦଳାଇବାକୁ ଦାବି କରିଥିଲେ । ଯାହା ଉପରେ ଗୁରୁତ୍ୱ ଦେଇ ପରୀକ୍ଷା ସମୟରେ ସାମାନ୍ୟ ପରିବର୍ତ୍ତନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)କୁ ନିଦେ୍ର୍ଧଶ ଦେଇଥିଲେ । ସେହିପରି ଗତ ୪ ତାରିଖରୁ ଚାଲିଥିବା ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତାକାଲି ଶେଷ ହେବ ।

Show More

Related Articles

Back to top button