ଓଡ଼ିଶାଦେଶପାଣିପାଗମୁଖ୍ୟ ଖବରଶିକ୍ଷା

ଘୁଞ୍ଚିଲା +୩ ନାମଲେଖା ଅବଧି

ଭୁବନେଶ୍ୱର : ଚାରିଆଡ଼େ ବନ୍ୟା ପରିସ୍ଥିତି । ଧୀରେ ଧୀରେ ଗାଁଗଣ୍ଡାରୁ ପାଣି କମୁଥିଲେ ମଧ୍ୟ ଦୁଃଖ ଦୁର୍ଦ୍ଦଶାର ଅନ୍ତ ହୋଇନି। ଏପରି ସ୍ଥିତିକୁ ଦୃଷ୍ଟିରେ ରଖି ୫ ଦିନ ପୂର୍ବେ ଯୁକ୍ତ ଦୁଇ ନାମଲେଖା ଅବଧିକୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ଯୁକ୍ତ ୩ ନାମଲେଖା ଅବଧିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ ଅନଲାଇନ୍ CAF ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୫ ପରିବର୍ତ୍ତେ ସେପ୍ଟେମ୍ବର ୧କୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧ରୁ ୫ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସ୍ପଟ ସିଲେକ୍ସନ୍ ତାରିଖ ସେପ୍ଟେମ୍ବର ୧୯ ପରିବର୍ତ୍ତେ ୨୧ରୁ ଆରମ୍ଭ ହେବ। ସୂଚନାଯୋଗ୍ୟ, ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ନାମଲେଖା ଅବଧିକୁ ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଅଗଷ୍ଟ ୨୫ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ଧାର୍ଯ୍ୟ ହୋଇଥିଲା। ହେଲେ ବନ୍ୟା ଯୋଗୁ ଏହାକୁ ଆଉ ୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

 

Show More

Related Articles

Back to top button