ଆସନ୍ତୁ ଜାଣିବା ଘରୁ ମୂଷା ମାନଙ୍କୁ ବାହାର କରିବାର କିଛି ସରଳ ଉପାୟ…
ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ ମୂଷାଙ୍କ ବିତ୍ପାତ କହିଲେ ନ ସରେ । ଘର ଠାରୁ ଆରମ୍ଭ କରି ବ୍ୟବସାୟ ପ୍ରତିଷ୍ଠାନ ପର୍ଯ୍ୟନ୍ତ ମୂଷା ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ । ଘରେ କପଡା ଠାରୁ ଆରମ୍ଭ କରି ରୋଷଇ ସରଞ୍ଜାମ ପର୍ଯ୍ୟନ୍ତ ମୂଷା ନଷ୍ଟ କରିଦେଇଥାଏ । ଏହାସହ ଅତ୍ୟାବଶକୀୟ କାଗଜପତ୍ର ବି ନଷ୍ଟ କରିଦେଇଥାଏ ।
ସେପଟେ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ମୂଷା ଥରେ ଆଡ୍ଡା ଜମାଇଲେ ପୁରା ବେପାର ବୁଡିଲା ବୋଲି ଜାଣନ୍ତୁ । ଏମାନଙ୍କୁ ସାଧାରଣ ଭାବେ ମାରିଦେବାର କିଛି ଉପାୟ ଆମେ ଅବଲମ୍ବନ କରିଥାଉ । ହେଲେ ଆସନ୍ତୁ ଜାଣିବା ସେମାନଙ୍କୁ ନମାରି କଭଳି ଦୂରେଇ ଦେଇହେବ ।
ପୁଦିନା : ଯଦି ଆପଣଙ୍କ ଘରେ ମୂଷା ଉତ୍ପାତ କରୂୁଛି ତେବେ ଆପଣ ପୁଦିନା ପତ୍ର କିମ୍ବା ଫୁଲକୁ ଗୁଣ୍ଡକରି ମୂଷା ଗାତ କିମ୍ବା ସେମାନେ ଆସୁଥିବା ବାଟରେ ରଖିଦିଅନ୍ତୁ । ଏହାର ବାସ୍ନାରେ ମୂଷାମାନେ ଆସିବା ବନ୍ଦ କରିଦେବେ ।
ତେଜପତ୍ର : ମସଲା ଭାବେ ବ୍ୟବହାର କରାଯାଉଥିବା ତେଜପତ୍ର ମୂଷା ଘଉଡାଇବାରେ ଆପଣଙ୍କୁ ସହାୟତା କରିପାରେ । କାରଣ ଏହାର ବାସ୍ନା ବେସ କଡା ହୋଇଥାଏ । ତେଣୁ ଆପଣଙ୍କ ଘରେ ଯେଉଁ ସ୍ଥାନରେ ଅଧିକ ମୂଷା ହେଉଛନ୍ତି ସେଠାରେ ତେଜପତ୍ର ଗୁଣ୍ଡ କରି ରଖିଦିଅନ୍ତୁ ।
ନାଲି ଲଙ୍କା : ଆମେ ଖାଦ୍ୟରେ ବ୍ୟବହାର କରୁଥିବା ନାଲି ଲଙ୍କାର ଗୁଣ୍ଡକୁ ଯଦି ମୂଷା ଆସୁଥିବା ସ୍ଥାନରେ ରଖିଦେବା ତାର କିଛି ସମୟ ପରେ ଆପଣ ଦେଖିବେ ମୂଷା ବାହାରୁ ଘରକୁ ଆସିବା ପରିବର୍ତ୍ତେ ସେମାନେ ଘରୁ ବାହାରକୁ ଯିବାକୁ ବାଟ ପାଇବେ ନାହିଁ ।
ପିଆଜ : ମୂଷାମାନଙ୍କୁ ପିଆଜର ବାସ୍ନା ବିଲକୁଲ ପସନ୍ଦ ନୁହେଁ । ଏହି କାରଣରୁ ମୂଷା ଗାତରେ ପିଆଜ କାଟି ରଖିଦିଅନ୍ତୁ କିମ୍ବା ମୂଷା ଯେଉଁ ଘରକୁ ବେସି ଯା ଆସ କରୁଛନ୍ତି ସେଠାରେ ପିଆଜ ଟୁକୁଡା ପକାଇ ଦିଅନ୍ତୁ ତେବେ ଦେଖିବେ ମୂଷା ଘର ଭିତରକୁ ଆସିବା ବନ୍ଦ ହୋଇଯିବ ।