ଅପରାଧଆଇନ କାନୁନଦେଶସ୍ୱତନ୍ତ୍ର

ନବଜାତ ଶିଶୁକୁ ବିକ୍ରି କରି ଟିଭି, ଫ୍ରିଜ୍ ଓ ୱାସିଂ ମେସିନ୍ କିଣିଲା ନୃଶଂସ ମାଆ

ଦିନକୁଦିନ ହଜିଯାଉଛି ମାନବିକତା। ମରିଯାଉଛି ମଣିଷପଣିଆ। ନବଜାତ ଶିଶୁକୁ ବିକ୍ରି କରି ଟିଭି, ଫ୍ରିଜ୍ ଓ ୱାସିଂ ମେସିନ୍ କିଣିଲା ନୃଶଂସ ମାଆ। ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଇନ୍ଦୋରରେ । ବାପାର ସହମତିରେ ହୋଇଥିଲା ସାଢେ ୫ ଲକ୍ଷ ଟଙ୍କାର ଡିଲ୍। ଏହି ଘଟଣାରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ୬ ଜଣଙ୍କୁ ଗିରଫ କରିଛି।

ସୂଚନାନୁଯାୟୀ, ଇନ୍ଦୋରର ହୀରା ନଗର ଅଞ୍ଚଳରେ ରହୁଥିବା ମହିଳା ଶାୟନା ବି ଗର୍ଭବତୀ ଥିବା ସମୟରେ ତାଙ୍କ ସ୍ଵାମୀ ତାଙ୍କ ଉପରେ ଅବିଶ୍ଵାସ କରିଥିଲେ। ଯାହା ଫଳରେ ସେ ଗର୍ଭ ନଷ୍ଟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସମୟ ଗଡ଼ି ଯାଇଥିବାରୁ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଏହାପରେ ଉଭୟ ସ୍ଵାମୀ-ସ୍ତ୍ରୀ ମିଶି ଜଣେ ଦଲାଲ ମାଧ୍ୟମରେ ଶିଶୁଟିକୁ ବିକ୍ରି କରିଦେଇଛନ୍ତି। ଦେବାସରେ ରହୁଥିବା ଏକ ଦମ୍ପତିଙ୍କୁ ସେ ତାଙ୍କର ଶିଶୁକୁ ସାଢେ ୫ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଛନ୍ତି।ନବଜାତକ ସନ୍ତାନକୁ ମୋଟା ଅଙ୍କରେ ବିକ୍ରି କରିବା ପରେ ମାଆ ଶାୟନା  ତାଙ୍କ ବିଳାସବ୍ୟସନ ପାଇଁ ଟିଭି, ଫ୍ରିଜ୍ ଓ ୱାସିଂ ମେସିନ୍ ଭଳି ଜିନିଷ କିଣିଛନ୍ତି।

ତେବେ ଏନେଇ ଖବର ପାଇବା ପରେ ପୋଲିସ ଅଭିଯୁକ୍ତ ମା ଶାୟନା ବିଙ୍କ ସମେତ ୮ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ୨ ଜଣ ଫେରାର୍ ଅଛନ୍ତି। ପୋଲିସର କହିବା ମୁତାବକ  ଫେରାର୍ ହୋଇଥିବା ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରାଯିବ ।

Show More

Related Articles

Back to top button