Breaking PLUSଦେଶ ବିଦେଶମୁଖ୍ୟ ଖବର

ମରକ୍କୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ମରକ୍କୋରେ ଅନୁଭୂତ ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୦୦୦କୁ ବୃଦ୍ଧି ପାଇଥିବା ବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶୁକ୍ରବାର ଦେଶର କେନ୍ଦ୍ରୀୟ ଭାଗରେ ୬.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ଭୂମିକମ୍ପରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟ୍ଟାଳିକା ନଷ୍ଟ ହୋଇଛି । ସେହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ଭୂପୃଷ୍ଠରୁ ୧୮. ୫ କିଲୋମିଟର ଗଭୀରରେ ଥିଲା । ଏହାର କେନ୍ଦ୍ରବିନ୍ଦୁ ମାରାକେଶ୍‌‌ ଠାରୁ ୭୨ କିଲୋମିଟର ଦକ୍ଷିଣ-ପଶ୍ଚିମ ଓ ଆଟ୍‌‌ଲାସ୍‌‌ ପର୍ବତ ଠାରୁ ୫୬ କିଲୋମିଟର ପଶ୍ଚିମକୁ ରହିଛି।ତେବେ ଭୂକମ୍ପର ଭୟାବହତାକୁ ଲକ୍ଷ୍ୟ କଲେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାର ସମ୍ମାବନା ରହିଛି।

Show More

Related Articles

Back to top button