ଦେଶ ବିଦେଶସ୍ୱାସ୍ଥ୍ୟ

ଇମ୍ୟୁନିଟି ବଢାଇବା ପାଇଁ ଆବଶ୍ୟକଠୁ ଅଧିକ ଭିଟାମିନ-ସି ସେବନ କରୁଛନ୍ତି : ସାବଧାନ ହୋଇପାରେ କ୍ଷତିକାରକ ସମସ୍ୟା

କରୋନା ମହାମାରୀ ଚାଲିଥିବା ସମୟରେ ଅନେକ ଲୋକ ଭିଟାମିନ–ସି ର ଅଧିକ ସେବନ କରିଥିବା ଦର୍ଶାଇଥିଲେ l ସେମାନେ ଭିଟାମିନ–ସି ପାଇବା ପାଇଁ ଔଷଧ ସହିତ ଘରୋଇ ଉପାୟ ସହିତ ଅବଲମ୍ବନ କରିଥିଲେ l ଯେଉଁଥିରେ ବିଭିନ୍ନ ପ୍ରକାରର ଫଳ,କାଢା ଓ ଔଷଧ ସାମିଲ ଥିଲା

ଲୋକମାନଙ୍କର ଧାରଣା ରହିଥିଲା ଯେ ଭିଟାମିନ–ସି ସେବନ କରି ନିଜର ଇମ୍ୟୁନିଟିକୁ ବଢ଼ାଇ କରୋନା ଠାରୁ ରକ୍ଷା ପାଇ ପାରିବେ l ଏହା ସତ ଯେ ଭିଟାମିନ–ସି ଇମ୍ୟୁନିଟିକୁ ବଢାଇବାର କାମ କରିଥାଏ ,କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହା ଅଧିକ ସେବନ କରିବା ଦ୍ୱାରା କ୍ଷତିକାରକ ମଧ୍ୟ ହୋଇପାରେ l

ଭିଟାମିନ–ସି ର ପାର୍ଶ୍ଵପ୍ରତିକ୍ରିୟା ଗବେଷକ ମାନଙ୍କର ଗବେଷଣା ଅନୁସାରେ କୌଣସି ବସ୍ତୁ ଅଧିକ ସେବନ କରିବା ଦ୍ୱାରା ଶରୀର ଉପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ପଡିଥାଏ l ଭିଟାମିନ–ସି ମଧ୍ୟ ସେହି ସବୁ ଜିନିଷ ଭଳି ଅଟେ ଯାହା ଆମର ସ୍ୱାସ୍ଥ୍ୟ ପକ୍ଷ ଲାଭଦାୟକ ହେବ ସହିତ ଅଧିକ ସେବନ ଦ୍ୱାରା କ୍ଷତିକାରକ ମଧ୍ୟ ହୋଇଥାଏ l

ଛାତି ପୋଡା– ଭିଟାମିନ–ସି ର ପାର୍ଶ୍ୱ ପ୍ରତିକ୍ରିୟାରେ ଛାଡି ପୋଡା ସାମିଲ ରାହିଛି l ଅଧିକ ସେବନ କଲେ ଛାତିର ମଧ୍ୟ ଭାଗରେ ପୋଡା ଅନୁଭବ ହେବ ସହିତ ଗଳାରେ ମଧ୍ୟ ପୋଡାର ସମସ୍ୟା ରହିଥାଏ l

ଅବସାଦ –ଭିଟାମିନ–ସି ଆବଶ୍ୟକତା ଠାରୁ ଅଧିକ ସେବନ କଲେ ଅବସାଦ ସମସ୍ୟା ଆରମ୍ଭ ହୋଇଥାଏ l ଫଳ ଅପେକ୍ଷା ବଜାରରେ ମିଳୁଥିବା ଅନ୍ୟ ଭିଟାମିନ–ସି ର ଜିନିଷ ଗୁଡିକ ସେବନ କଲେ ଏହି ଅବସାଦ ଦେଖା ଦେଇଥାଏ l

ନିଦ ନଆସିବା –ଭିଟାମିନ–ସି ଅଧିକ ସେବନ ଦ୍ୱାରା ନିଦ ନଆସିବା ସମସ୍ୟା ଆରମ୍ଭ ହୋଇଥାଏ l ଏହା ସହିତ ମୁଣ୍ଡ ବିନ୍ଧା ଓ ଶୋଇବା ସମୟରେ ମୁଣ୍ଡକୁ ଭାରାକ୍ରାନ୍ତ କରିଥାଏ l

ଡାଇରିଆ –ଭିଟାମିନ–ସି ଯୁକ୍ତ ପଦାର୍ଥ ଅଧିକ ସେବନ କଲେ ଡାଇରିଆ ହେବାର ସମ୍ଭାବନା ରହିଥାଏ ,ଏହାର ଅର୍ଥ ପେଟ ଖରାପ ହୋଇ ଝାଡା ସମସ୍ୟା ଦେଖା ଦେଇଥାଏ l

ପେଟ ମୋଡି ହେବ –ଭିଟାମିନ–ସି ଯୁକ୍ତ ଜିନିଷ ଅଧିକ ସେବନ କରିବା ଦ୍ୱାରା ପେଟ ମୋଡି ହେବାର ସମସ୍ୟା ମଧ୍ୟ ଦେଖା ଦେଇଥାଏ l ସେଥିପାଇଁ ଗ୍ୟାସ ମାଧ୍ୟା ଅନୁଭୂତ ହୋଇଥାଏ l ତେଣୁ ଦେଖିଚାହିଁ ଭିଟାମିନ–ସି ସେବନ କରିବା ବଶ୍ୟକ ନଚେତ ଡାକ୍ତରଙ୍କ ପରାମର୍ଶ ସହିତ ସେବନ କରନ୍ତୁ l

Show More

Related Articles

Back to top button