ରାଜ୍ୟରେ ମୌସୁମୀ ଦୂର୍ବଳ, ୨୩ରେ ସୃଷ୍ଟି ହେବ ଲଘୁଚାପ ।
ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ସହିତ କମୁଛି ବର୍ଷାର ପରିମାଣ । ଆସନ୍ତା ୨୪ଘଣ୍ଟା ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ସହିତ କମୁଛି ବର୍ଷାର ପରିମାଣ । ଆସନ୍ତା ୨୪ଘଣ୍ଟା ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳୟ । ଏହା ୨୩ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବଢିବ । ରାଜ୍ୟରେ ୧୦ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୨୦ ଜିଲ୍ଲାରେ ନିଅଁଣ୍ଟିଆ ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୬୦ ପ୍ରତିଶତ କମ୍ ବର୍ଷା ହୋଇଛି । କେବଳ ଭଦ୍ରକରେ ୨ଶହ ମିଲିମିଟର କମ୍ ବର୍ଷା ହୋଇଛି । ୪୦ କିମ୍ବା ତାଠାରୁ ଅଧିକ ନିଅଁଣ୍ଟିଆ ବର୍ଷା ୪ଟି ଜିଲ୍ଲା ବଲାଙ୍ଗୀର, ଯାଜପୁର, ଗଜପତି ଏବଂ କେନ୍ଦୁଝରରେ ହୋଇଛି । ବାକି ଜିଲ୍ଲାରେ ୪୦ ପ୍ରତିଶତରୁ କମ୍ ବର୍ଷା ରେକର୍ଡ କରାଯାଇଛି ।