
ଅହମ୍ମଦାବାଦ: ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଏକ ମାମଲାରେ ୬ ମାସ ଜେଲ ଦଣ୍ଡ ହୋଇଛି। ୨୦୧୬ ମାମଲାରେ ତାଙ୍କୁ ଏହି ଜେଲ ଦଣ୍ଡ ହୋଇଛି। ଶୁକ୍ରବାର ଅହମ୍ମଦାବାଦର ଏକ କୋର୍ଟ ଜିଗ୍ନେଶଙ୍କ ସମେତ ୧୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ୨୦୧୬ରେ ଗୁଜରାଟ ୟୁନିଭର୍ସିଟି ଲ’ଭବନ ବିଲଡିଂ ନାମ ପରିବର୍ତ୍ତନ କରି ବି.ଆର. ଆମ୍ବେଦକରଙ୍କ ନାମରେ ନାମିତ କରିବାକୁ ଦାବି କରାଯାଇଥିଲା। ସେତେବେଳେ ଜିଗ୍ନେଶଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଜୋରଦାର କରାଯାଇଥିଲା। ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟମାନଙ୍କୁ ୬ ମାସ ଲେଖାଁଏ ଜେଲଦଣ୍ଡ କରାଯାଇଛି।