Breaking PLUSଓଡ଼ିଶାମୁଖ୍ୟ ଖବର

କିଟ୍‌ରେ ନେପାଳୀ ଛାତ୍ରୀ ଯୌନ ଶୋଷଣର ଶିକାର ହୋଇଥିଲେ- ମନ୍ତ୍ରୀ

କିଟ୍‌ରେ ନେପାଳୀ ଛାତ୍ରୀ ଯୌନ ଶୋଷଣର ଶିକାର ହୋଇଥିଲେ ।  ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ସେ ଯୌନ ନିର୍ଯାତନା ସମ୍ପର୍କରେ କିଟ୍‌ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଏହି ଅଭିଯୋଗ ହୋଇଥିଲା । କିଟ୍ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଆଜି ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

କିଟ୍‌ ଛାତ୍ରୀ ମୃତ୍ୟୁ ମାମଲାରେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ମୃତ ଛାତ୍ରୀ ଜଣକ ଯୌନ ଶୋଷଣ ସମ୍ପର୍କରେ କିଟ୍ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ । ଏନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରଖିଛି । ଏଯାବତ୍ ୧୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିନାହିଁ, ତଦନ୍ତ ଚାଲୁ ରହିଛି । ଫେବ୍ରୁଆରୀ ୨୧ରେ ୮ ଜଣ, ୨୭ ତାରିଖରେ ୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ମାର୍ଚ୍ଚ ୬ ତାରିଖରେ ୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।

Show More

Related Articles

Back to top button