
ଜଗତସିଂହପୁର : ଦିନକୁଦିନ ବଢିଚାଲିଛି ଲୁଟରାଜ୍ । ଏଥିରୁ ବାଦ୍ ପଡୁ ନାହାଁନ୍ତି ଭଗବାନ । ଏଭଳି ଘଟଣା ଦେଖିବାକୁ ମିଳିଛି ଗୋରେଖନାଥ ମନ୍ଦିରରେ । ଗତକାଲି ବିଳମ୍ୱିତ ରାତିରେ ଗୋରେଖନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଛନ୍ତି ଦୁର୍ବୃତ୍ତ । ଏନେଇ ଅଭିଯୋଗ ହୋଇଛି । ହୁଣ୍ଡିରେ ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଥିବା ଜଣାପଡିଛି ।
ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ର୍ତ୍ତୋଲ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।