Breaking PLUSଓଡ଼ିଶାମନୋରଞ୍ଜନମୁଖ୍ୟ ଖବର

ପଞ୍ଚଭୂତରେ ବିଲୀନ ହେଲେ ମିହିର ଦାସ

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମିହିର ଦାସ । କଟକ ସତୀଚୈରା ଶ୍ମଶାନରେ ମିହିର ଦାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।

ପରିବାର, ପ୍ରଂଶସକ ଓ ଆତ୍ମୀୟ ଗହଣରେ କାକା ନେଲେ ଶେଷ ବିଦାୟ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅର୍ନର ଦିଆଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ୬୩ ବର୍ଷରେ ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଥିଲା । ଡାଇଵେଟିସରେ ପୀଡିତ ଥିବା ବେଳେ ସ୍ବାସ୍ଥ୍ଯବସ୍ଥା ଗୁରୁତର ଥିଲା । ଡିସେମ୍ବର ୮ ରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ଚିକିତ୍ସା ସମୟରେ ତାଙ୍କ ଶରୀରର ଗୁରୁତ୍ବପୁର୍ଣ୍ଣ ଅଙ୍ଗ ଗୁଡ଼ିକ କାମ କରିବା ବନ୍ଦ କରିଦେବା ପରେ ତାଙ୍କୁ ଆଇ.ସି.ୟୁ.ରେ ଭର୍ତ୍ତି କରାଯିବା ସହ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ମିହିରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ତେବେ ଆଜି ସକାଳୁ ଏକ ଶୋଭାଯାତ୍ରା ମାଧ୍ୟରେ ମିହିର ଦାସଙ୍କ ମୃତଦେହକୁ କଟକ ସ୍ଥିତ ବାସଭବନ ଠାରୁ ନେଇ କଟକ ସତୀଚୌରା ଅଭିମୁଖେ ବାହାରିଥିଲେ । ଶେଷରେ ମିହିର ଦାସଙ୍କୁ ପରିବାର, ପ୍ରଂଶସକ ଓ ଆତ୍ମୀୟ ଗହଣରେ ବିଦାୟ ଦିଆଯାଇଛି ।

Show More

Related Articles

Back to top button