Breaking PLUSଓଡ଼ିଶାମୁଖ୍ୟ ଖବର

ଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ମିଲ୍ ମୂଲ୍ୟ

ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ମୂଲ୍ୟ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଏହି ଯୋଜନାରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପିଛା ୫ଟଙ୍କା ୯୦ ପଇସା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପିଛା ୮ଟଙ୍କା ୮୨ ପଇସା ଲେଖାଏଁ ପ୍ରଦାନ କରାଯାଇଛି। ଏଥିରେ ଆଉ ଏକ ଟଙ୍କା ଲେଖାଏଁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୫୦ ହଜାରରୁ ବେଶି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରାୟ ୪୩ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ।

Show More

Related Articles

Back to top button