Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟର ସବୁ ଜିଲାରେ ଖୋଲିବ ମେଡିକାଲ କଲେଜ

ରାଜ୍ୟର ସବୁ ଜିଲାରେ ଖୋଲିବ ମେଡିକାଲ କଲେଜ। ଏନେଇ ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଭଦ୍ରକ ସମେତ ୩୦ ଜିଲାରେ ମେଡିକାଲ କଲେଜ ଖୋଲିବା ସହ ମେଡିକାଲ ରିକ୍ରୁଟମେଣ୍ଟ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ୨ଟି ସଂଶୋଧନ କରାଯାଇଛି । ସବୁ ଜିଲାରେ ମେଡିକାଲ କଲେଜ ଖୋଲିବା ନେଇ ଆମ ସଂକଳ୍ପ ପତ୍ରରେ ଥିଲା । ଲୋକଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇବା ପାଇଁ ଏହା ଜରୁରୀ । ଏହାସହ ମେଡିକାଲ କଲେଜରେ ଅଭାବ ଥିବା ଡାକ୍ତରଙ୍କ ପଦବୀ ମଧ୍ୟ ପୂରଣ କରାଯିବ । ଖୁବ୍‌ ଶୀଘ୍ର ୫ ହଜାର ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button