ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଏମସିଡି ନିର୍ବାଚନ: ଭୋଟର୍ ଲିଷ୍ଟରେ କଂଗ୍ରସେ ଅଧ୍ୟକ୍ଷଙ୍କ ନାଁ ନଥିବା ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ପାଇଁ ଚାଲିଛି ଭୋଟିଂ। ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ। ୨୫୦ଟି ୱାର୍ଡରେ ୧୩,୬୩୮ ମତଦାନ କେନ୍ଦ୍ରରେ ଜାରି ରହିଛି ଭୋଟିଂ। ବହୁ ନେତା ମନ୍ତ୍ରୀ ଆସି ନିଜ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି। ଏହାରି ଭିତରେ ଭୋଟର୍ ଲିଷ୍ଟରେ ଦିଲ୍ଲୀ କଂଗ୍ରସେ ଅଧ୍ୟକ୍ଷଙ୍କ ନାଁ ନଥିବା ଅଭିଯୋଗ ଉଠିଛି।

ବର୍ତ୍ତମାନ ସୁଦ୍ଧା ଏମ୍‌ସିଡି ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ରବିବାର ସକାଳୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅନିଲ ଚୌଧୁରୀ ଭୋଟ ଦେବା ପାଇଁ ଦଲ୍ଲୁପୁରା ପୋଲିଂ ବୁଥରେ ପହଞ୍ଚିଥିଲେ। ତେବେ ସେଠାରେ ପହଞ୍ଚିବା ପରେ ଭୋଟିଂ ଲିଷ୍ଟରୁ ତାଙ୍କ ନାଁ ଗାଏବ ଥିଲ। ଏହାଦେଖି ରାଗି ଯାଇଥିଲେ। ସେ କହିଥିଲେ ଯେ, ମୋ ନାଁ ଭୋଟର ତାଲିକାରେ ନାହିଁ କି ହଟାଯାଇଥିବା ତାଲିକାରେ ନାହିଁ। ମୋ ପତ୍ନୀଙ୍କୁ କିନ୍ତୁ ନିଜ ଭୋଟ ଦେଇଛନ୍ତି। ତେବେ ମୋ ନାଁ କିଭଳି ଭୋଟର୍ ଲିଷ୍ଟରୁ ଗାଏବ୍ ହେଲା। ଏନେଇ ଅଧିକାରୀମାନେ ତଦନ୍ତ କରିବା ଉଚିତ।

ଦିଲ୍ଲୀ ପୌର ନିର୍ବାଚନରେ ତ୍ରିକୋଣୀୟ ଲଢ଼େଇ ଜାରି ରହିଛି। ଶାସକ ଦଳ ଆମ୍ ଆଦମୀ ପାର୍ଟି ବ୍ୟତୀତ ବିଜେପି ଓ କଂଗ୍ରସେ ମୈଦାନକୁ ଓହ୍ଲାଇଛି। ବିଜେପି ଓ ଆପ୍ ସମସ୍ତ ୨୫୦ଟି ଯାକ ୱାର୍ଡରେ ପ୍ରାର୍ଥୀ ଦେଇଛନ୍ତି। କଂଗ୍ରେସ କିନ୍ତୁ ୨୪୭ଟି ଆସନରେ ନିର୍ବାଚନ ଲଢ଼ୁଛି।

 

Show More

Related Articles

Back to top button