ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଏମ୍‌ସିଡି ନିର୍ବାଚନ: ସକାଳ ୮ଟାରୁ ଆରମ୍ଭ, ୨୫୦ଟି ୱାର୍ଡରେ ଚାଲିଛି ଭୋଟିଂ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ। ସକାଳ ୮ଟାରୁ ଭୋଟିଂ ଚାଲିଛି। ୨୫୦ ଓ୍ବାର୍ଡରେ ସମୁଦାୟ ୧୩୪୯ ଆଶାୟୀ ମୈଦାନକୁ ଓହ୍ଲାଇଛନ୍ତି। ସନ୍ଧ୍ୟା ସାଢ଼େ ୫ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଏହାପରେ ଆସନ୍ତା ୭ ତାରିଖରେ ହେବ ଭୋଟ୍ ଗଣତି।

୧.୪୫ କୋଟିରୁ ଅଧିକ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ୧୩,୬୩୮ ମତଦାନ କେନ୍ଦ୍ରରେ ପ୍ରାୟ ୧ ଲକ୍ଷ କର୍ମଚାରୀ ମୁତୟନ ହୋଇଛନ୍ତି। ସମସ୍ତ ନିର୍ବାଚନ ମଣ୍ଡଳିରେ ମୋଟ୍ ୬୮ଟି ମଡେଲ ପୋଲିଂ ଷ୍ଟେସନ୍ ଏବଂ ୬୮ ପିଙ୍କ୍ ଷ୍ଟେସନ୍ ସ୍ଥାପନ ହୋଇଛି।

ସେପଟେ ଏମ୍‌ସିଡି ନିର୍ବାଚନ ପାଇଁ ଦିଲ୍ଲୀରେ ସମସ୍ତ ହୋଲସେଲ୍ ଏବଂ ରିଟେଲ ବଜାର ବନ୍ଦ ରହିଛି। ନିର୍ବାଚନ ପାଇଁ ଦିଲ୍ଲୀରେ ସମସ୍ତ ସରକାରୀ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି।

୧୫ ବର୍ଷ ଧରି ବିଜେପି କବଜା‌ରେ ଥିବା ଏମସିଡିକୁ ପୁଣି ଥରେ ନିଜ କବ୍‌ଜାକୁ ନେବାକୁ ଚେଷ୍ଟା କରିବ ବିଜେପି। ସେହିଭଳି କଂଗ୍ରେସ ମଧ୍ୟ ଏହାର ସ୍ଥିତି ଫେରିପାଇବାକୁ ଚେଷ୍ଟା କରିବ।

Show More

Related Articles

Back to top button