ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଛନ୍ତି MCA ଛାତ୍ରୀ ଆଶ୍ରିତା

ଭୁବନେଶ୍ୱର : ଆଉ ଏକ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱରର ଆଚାର୍ଯ୍ୟବିହାରରେ ଏମସିଏ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଆସିଛି ନୂଆ ଏକ ଟ୍ୱିଷ୍ଟ୍ । ପ୍ରେମ ସମ୍ପର୍କକୁ ନେଇ ଆଶ୍ରିତା ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଆଶ୍ରିତା ଭଦ୍ରକ ଜିଲ୍ଲା ତାଙ୍କ ଗାଁ ତିହିଡିରେ ଜଣେ ପୁଅକୁ ପ୍ରେମ କରୁଥିଲେ । କିଛି ଦିନ ତଳେ ତାଙ୍କର ବ୍ରେକ୍-ଅପ୍ ହେବାରୁ ସେ ମାନସିକ ଚାପରେ ରହୁଥିଲେ । ସୁଇସାଇଡ୍ ନୋଟରେ ଆଶ୍ରିତା ଲେଖିଥିଲେ, ‘ବାପା-ମା ମୋତେ କ୍ଷମା କରିଦେବେ’ । ତେବେ ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଭଡ଼ା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଦେହ ଉଦ୍ଧାର ଘଟଣାରେ ପୋଲିସ ଖୋଳତାଡ କରୁଛି। ସିଲ୍ ଥିବା ଘରକୁ ଖୋଲି ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ସହିଦନଗର ଥାନା ପୋଲିସ ପହଞ୍ଚି ସରଜମିନ ତଦନ୍ତ କରୁଛନ୍ତି । ଘର ଭିତରୁ ପୋଲିସ ଆଶ୍ରିତାଙ୍କ ମୋବାଇଲ ଫୋନ୍ ଓ ସୁଇସାଇଡ୍ ନୋଟ୍ ଜବତ କରିଛି। ସୁଇସାଇଡ୍ ନୋଟ୍ରେ ଲେଖାଯାଇଛି, ‘ବାପା ମୋତେ କ୍ଷମା କରିଦେବେ । ମୋତେ ଆପଣମାନେ ବହୁତ ପାଠ ପଢାଇଛନ୍ତି । ମୁଁ ଆଉ ପାରୁନି ।’ଅନ୍ୟପଟେ ସୁଇସାଇଡ୍ ନୋଟ୍ରେ କାହାର ନାଁ ଉଲ୍ଲେଖ ନାହିଁ। ଆଚାର୍ଯ୍ୟବିହାରରେ ଭଡ଼ା ଘରୁ ଆଶ୍ରିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଏକ ଘରୋଇ ଇଞ୍ଜିନିୟଂରି କଲେଜରେ ଏମସିଏ ଛାତ୍ରୀ । ପୋଲିସ ଏହି ଆତ୍ମହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।