Breaking PLUSଓଡ଼ିଶାମୁଖ୍ୟ ଖବର

ବାଲି ନଥିଲା ବୋଲି ଦୁର୍ଘଟଣା ଘଟିଲା- ମେୟର

ଭୁବନେଶ୍ୱର, 27 ଫେବୃୟାରୀ – ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠାଇବା ବେଳେ ଅଘଟଣ ଘଟଣା । ସମର୍ଥା ସେବାୟତଙ୍କୁ ଭେଟିଲେ ମେୟର ସୁଲୋଚନା ଦାସ। ମେୟର ତାଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଦୁର୍ଘଟଣା ସମ୍ପର୍କରେ ବୁଝିଥିଲେ। ମନ୍ଦିର ଚଢିବା ବାଟରେ ବାଲି ପଡିନଥିବା ଘଟଣାର ତଦନ୍ତ ହେଉ ବୋଲି ମେୟର କହିଛନ୍ତି। ବର୍ଷ ବର୍ଷ ଧରି ସମର୍ଥା ସେବାୟତ ଜୀବନକୁ ବାଜି ଲଗାଇ ଦେଉଳ ଉପରକୁ ଯାଆନ୍ତି। ହେଲେ ତାଙ୍କ ପାଇଁ ବୀମା ମଧ୍ୟ ନାହିଁ। ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉ ବୋଲି ମେୟର ଦାବି କରିଛନ୍ତି ।

ଯୋଗେନ୍ଦ୍ର କହିଛନ୍ତି ଯେ ୧୯୯୬ ମସିହାରୁ ମାସକୁ ୨ ଥର ଚତୁର୍ଦ୍ଦଶୀ ଓ ମହାଶିବରାତ୍ରୀରେ ସେ ଦେଉଳ ଉପରକୁ ଦୀପ ନେଇ ଯାଆନ୍ତି। ମନ୍ଦିର ଉପରକୁ ଯିବା ବେଳେ ସେଠି ବାଲି ପଡ଼େ। ହେଲେ ବାଲି ଏଥର ପ୍ରଶାସନ ପକାଇବାକୁ ଭୁଲି ଯାଇଛି। ଗୋଡ଼ରେ ଘିଅ ଲାଗିବା କାରଣରୁ ଉପରକୁ ଚଢିବା ବେଳେ ହଠାତ୍ ଗୋଡ ଖସିଗଲା। ଫଳରେ ସେ ଡେଇଁ ପଡ଼ିଲେ। ଯଦି ଖସି ଯାଇଥାନ୍ତେ ତେବେ ଆହୁରି ବଡ ଅଘଟଣ ହେଇଥାନ୍ତା। ସେ ଡେଇଁବା ବେଳେ ବାଲି ନଥିବାରୁ ଗଭୀର ଆଘାତ ଲାଗିଲା। ଯାହାର ତଦନ୍ତ ଆବଶ୍ୟକତା ରହିଛି ବୋଲି ମେୟର କହିଛନ୍ତି।

Show More

Related Articles

Back to top button