Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀ ମାଉସୀ ମା’ ମନ୍ଦିରରୁ ତାଲା କାଟି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ପୁରୀ ମାଉସୀ ମା ମନ୍ଦିରରୁ ଚୋରି ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଉସୀ ଘର କୁହାଯାଇଥିବା ମାଉସୀ ମା' ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ । ବଡ଼ଦାଣ୍ଡର ବଳଗଣ୍ଡିଠାରେ ଥିବା ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ତା' ଭିତ‌ରେ ପଶି ଦୁର୍ବୃତ୍ତମାନେ ଚୋରି କରିଛନ୍ତି ବୋଲି ସୂଚନା ରହିଛି।

ପୁରୀ ମାଉସୀ ମା ମନ୍ଦିରରୁ ଚୋରି ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଉସୀ ଘର କୁହାଯାଇଥିବା ମାଉସୀ ମା’ ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ । ବଡ଼ଦାଣ୍ଡର ବଳଗଣ୍ଡିଠାରେ ଥିବା ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ତା’ ଭିତ‌ରେ ପଶି ଦୁର୍ବୃତ୍ତମାନେ ଚୋରି କରିଛନ୍ତି ବୋଲି ସୂଚନା ରହିଛି।

କେବଳ ସେତିକି ନୁହେଁ, ପୁଣି ଭିତରେ ୩ ଟି ତାଲା କାଟି ସେମାନେ ମୁଖ୍ୟ ମନ୍ଦିରରେ ପ୍ରବେଶ କରିଛନ୍ତି। ମନ୍ଦିର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସେହିପରି ଭିତର ଆଲମାରୀ ଭାଙ୍ଗି ମାଆଙ୍କ ରୁପା ଅଳଙ୍କାର ଓ ଦାତା ଦେଇଥିବା ଶାଢ଼ି ଚୋରି କରିନେଇଥିବା ଜଣାପଡ଼ିଛି । କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ପୁରୀ ବଡ଼ଦାଣ୍ଡ ଉପରେ ଏଭଳି ଚୋରି, ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

ଏ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ସେ କହିଛନ୍ତି, ‘ଗତ ରାତିରେ ମାଉସୀ ମା ମନ୍ଦିରରୁ ହୋଇଥିବା ଚୋରି ବିଷୟରେ ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟ। ଅପରାଧୀଙ୍କୁ ଧରିବା ପାଇଁ ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ।’

Show More

Related Articles

Back to top button