ଓଡ଼ିଶାଦୁର୍ଘଟଣାସ୍ୱାସ୍ଥ୍ୟ

ହଷ୍ଟେଲ ଛାତରୁ ପଡ଼ି ମାଟ୍ରିକ ପରିକ୍ଷାର୍ଥୀଙ୍କ ମୃତ୍ୟୁ

ରାୟଗଡ଼ା: ହଷ୍ଟେଲ ଛାତରୁ ପଡ଼ି ମାଟ୍ରିକ ପରିକ୍ଷାର୍ଥୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କପାପଦର ମଙ୍ଗଳ ବିଭାଗ ହାଇସ୍କୁଲରେ । ମୃତକ ହେଉଛନ୍ତି ବିଷମକଟକ ଥାନା ଅନ୍ତର୍ଗତ ଘଣ୍ଟିଖାଲ ଗାଁର ଭରତ ବିଡିକା । ମାଟ୍ରିକ ପରୀକ୍ଷା ଦେବା ନିମନ୍ତେ ସେ କପାପଦର ହାଇସ୍କୁଲ ହଷ୍ଟେଲରେ ନିଜ ସାଙ୍ଗମାନଙ୍କ ଗହଣରେ ରହିଥିଲେ ।

ଗତକାଲି ରାତି ପ୍ରାୟ ୮ଟା ସମୟରେ କୌଣସି କାରଣ ବଶତଃ ସେ ହଷ୍ଟେଲର ଛାତ ଉପରକୁ ଯାଇଥିଲେ । ଏହାପରେ ହଠାତ୍ ସେ ଛାତରୁ ତଳକୁ ଖସି ପଡ଼ିଥିଲେ । ସ୍କୁଲ କର୍ତ୍ତୃପକ୍ଷ ଭରତଙ୍କୁ ସଙ୍ଗେସଙ୍ଗେ ୧୦୮ ଆମ୍ବୁଲେନ୍ସ ଯୋଗେ ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଘଟଣାସ୍ଥଳରେ ଶୋକର ଛାୟା ଖେଳି ଯାଇଛି ।

 

Show More

Related Articles

Back to top button