ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଇସ୍ତାନାବୁଲରେ ବଡ ଧରଣର ବିସ୍ଫୋରଣ: ଜଣେ ମୃତ, ଅନେକ ଆହତ

ଇସ୍ତାନାବୁଲ: ତୁର୍କୀର ଇସ୍ତାନାବୁଲରେ ଭୟଙ୍କର ବିସ୍ଫୋରଣ। ସହରର ହାର୍ଟ ଉପରେ ହୋଇଥିବା ବିସ୍ଫୋରଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ରାଜ୍ୟପାଳଙ୍କ କହିବାନୁସାରେ, ଇସ୍ତାନବୁଲର ଛାତି ଉପରେ ଏକ ବ୍ୟସ୍ତବହୁଳ ରାସ୍ତା ଉପରେ ଭୟଙ୍କର ବିସ୍ଫୋରଣ ଘଟିଛି। ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ନିଆଁ ଲାଗିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ରାସ୍ତାରେ ଥିବା ଯାତ୍ରୀ ଓ ପଥଚାରୀମାନେ ଭୟଭୀତ ହୋଇ ଦଉଡ଼ୁ ଥିବା ଲକ୍ଷ୍ୟ କରାଯାଇଛି।

ନିକଟସ୍ଥ କାସିମ୍ପାସା ପୋଲିସ ଷ୍ଟେସନ କହିଛି ଯେ, ଘଟଣାସ୍ଥଳରେ ଫୋର୍ସ ମୁତୟନ ରହିଛି। ଆହତଙ୍କୁ ଉଦ୍ଧାର କରି ମେଡିକାଲ ନିଆଯିବା ବ୍ୟବସ୍ଥା କରାଯାଉଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମବାହିନୀ ପହଞ୍ଚିଛି। ଏଯାଏ ବିସ୍ଫୋରଣକର କାରଣ ଜଣାପଡ଼ି ନାହିଁ।

Show More

Related Articles

Back to top button