Breaking PLUSଓଡ଼ିଶାମୁଖ୍ୟ ଖବର

ମାର୍କେଟ ବିଲ୍ଡିଂରେ ପୁଣି ଅଶାନ୍ତି

ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ମୁହାଁମୁହିଁ

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ପୁଣି ଅଶାନ୍ତି । ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ହେଲେ ମୁହାଁମୁହିଁ । ଉଠା ଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କଡ଼ା ବିରୋଧ । ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହେଲେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ।

ଥମିବାର ନାଁ ଧରୁନି ମାର୍କେଟ୍ ବିଲ୍ଡିଂ କଳି । ସ୍ଥାୟୀ ବ୍ୟବସାୟୀ କିମ୍ବା ଉଠା ଦୋକାନୀ, କେହି କାହାକୁ ଛାଡ଼ିବା ମୁଡରେ ନାହାନ୍ତି । କିଛି ଦିନ ପୂର୍ବରୁ ଉଭୟ ସଂଘ ଧାରଣାରେ ବସିଥିଲେ । ଏମିତିକି ଭୁବନେଶ୍ୱରର ଏହି ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ କିଛି ଦିନ ପାଇଁ ବନ୍ଦ ରହିଥିଲା । ଉଠା ଦୋକାନୀଙ୍କୁ ହଟାଇବା ଜିଦରେ ଅଡ଼ିବସିଥିବା ସ୍ଥାୟୀ ବ୍ୟବସାୟୀମାନେ ଭୁବନେଶ୍ୱରର ଅନ୍ୟ ୫୦ଟି ବ୍ୟବସାୟୀ ସଂଘ ସହିତ ଆଲୋଚନା କରିଥିଲେ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ ।

Show More

Related Articles

Back to top button