Breaking PLUSଦେଶମୁଖ୍ୟ ଖବର
ଅସୁସ୍ଥ ପତ୍ନୀଙ୍କୁ ଭେଟିଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ନିଜ ଘରେ ପହଞ୍ଚିଛନ୍ତି। ଦିଲ୍ଲୀ ପୁଲିସ ସିସୋଦିଆଙ୍କୁ ତିହାର ଜେଲରୁ ତାଙ୍କ ଘରକୁ ନେଇଛି। ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ଶନିବାର ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। ଦିଲ୍ଲୀ ପୁଲିସ ସିସୋଦିଆଙ୍କୁ କଏଦୀମାନଙ୍କ ପାଇଁ ଉଦ୍ଦିଷ୍ଟ ଭ୍ୟାନରେ ନେଇ ଶନିବାର ସକାଳ ୧୦ଟାରେ ମଥୁରା ରୋଡସ୍ଥିତ ଥିବା ତାଙ୍କ ଘରେ ପହଞ୍ଚିଛି। ଜୁନ୍ ମାସରେ ମଧ୍ୟ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କୁ ତାଙ୍କ ଅସୁସ୍ଥ ପତ୍ନୀ ସୀମାଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ।