ଅପରାଧଓଡ଼ିଶାମୁଖ୍ୟ ଖବର

ମନୀଷ ମୃତ୍ୟୁ ମାମଲାର ବଡ ଖୁଲାସା

ସାଙ୍ଗମାନେ ମିଶି କରିଛନ୍ତି ହତ୍ୟା

ଗତ କିଛିଦିନ ତଳେ ଭୁବନେଶ୍ୱର ପାତ୍ରପଡା ସ୍ଥିତ ଏକ ପୋଖରୀରୁ ମନୀଷଙ୍କ ମୃତ ଦେହ ମିଳିବା ପରେ ଏହା ଏକ ହତ୍ୟା ନା ଆତ୍ମହତ୍ୟା, ତାହାକୁ ନେଇ ସନ୍ଦେହ ବଢୁଥିବା ବେଳେ ଆଜି ମନୀଷ ମୃତ୍ୟୁ ମାମଲାର ବଡ଼ ଖୁଲାସା କରିଛି ପୋଲିସ । ମନୀଷକୁ ତାଙ୍କ ସାଙ୍ଗମାନେ ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି ।

ପୋଲିସ ସୂଚନା ଅନୁଯାୟୀ, ପାତ୍ରପଡାର ଏକ ହୋଟେଲକୁ ମନୀଷ ଏବଂ ତାଙ୍କର ତିନି ଜଣ ସାଙ୍ଗ ପାର୍ଟି କରିବା ପାଇଁ ଯାଇଥିଲେ ।ହୋଟେଲରେ ବିଲ ପେମେଣ୍ଟକୁ ନେଇ ୪ଜଣଙ୍କ ଭିତରେ ବଚ୍ଚସା ହୋଇଥିଲା । ହୋଟେଲରୁ ବାହାରକୁ ଆସିବା ପରେ ମଧ୍ୟ ତାଙ୍କ ମଧ୍ୟରେ ଝଗଡା ହୋଇଥିଲା । ସାଙ୍ଗମାନେ ମିଶି ମନୀଷଙ୍କୁ ଆକ୍ରମଣ କରିଥିଲେ, ଘଟଣାସ୍ଥଳରେ ହିଁ ମନୀଷଙ୍କ ମୃତ୍ୟୁ ହୋଇଯାଇଥିଲା । ମନୀଷଙ୍କ ମୃତ୍ୟୁ ହୋଇଯାଇଥିବା ଦେଖି ସାଙ୍ଗମାନେ ପ୍ରମାଣ ନଷ୍ଟ କରିବା ପାଇଁ ମନୀଷଙ୍କ ମୃତ ଦେହକୁ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇଥିଲେ ।

ତେବେ ମନୀଷଙ୍କୁ ହତ୍ୟା କରିଥିବା ତାଙ୍କର ତିନିଜଣ ବନ୍ଧୁଙ୍କ ନାଁ ହେଉଛି ଅମ୍ରିତ୍, ଦିନେସ୍ ଏବଂ ମୃତ୍ୟୁଞ୍ଜୟ । ଆଜି ପୋଲିସ ଏହି ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମାମଲାର ଅଧିକ ତଥ୍ୟ ମିଳିବ ବୋଲି ପୋଲିସ କହିଛି ।

Show More

Related Articles

Back to top button