ଓଡ଼ିଶାସ୍ୱତନ୍ତ୍ର

ଆସନ୍ତା ୧୦ରେ ସାରା ରାଜ୍ୟରେ ପାଳିତ ହେବ ‘ମାଣ୍ଡିଆ ଦିବସ’, ରେସ୍ତୋରାଁରେ ପରସା ହେବ ମିଲେଟ ଫୁଡ୍

ଆସନ୍ତା ୧୦ରେ ସାରା ରାଜ୍ୟରେ ପାଳିତ ହେବ ‘ମାଣ୍ଡିଆ ଦିବସ’ । ରେସ୍ତୋରାଁରେ ପରସା ହେବ ମିଲେଟ ଫୁଡ୍ । ଘରେ ମିଲେଟ୍‌ ଫୁଡ଼୍‌ ତଥା ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଓଡ଼ିଶା ମିଲେଟ୍‌ ମିଶନ୍‌ ପକ୍ଷରୁ ଲୋକଙ୍କୁ ମିଲେଟ୍‌ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପାଇଁ ଏହି ମାସ୍କଟ ଆରମ୍ଭ କରାଯାଇଛି।

ଏହି ‘ମିଲେଟ୍‌ ଦିବସ’ ନିଷ୍ପତ୍ତିକୁ  ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଅନୁମୋଦନ ମିଳିଛି । ଏହି କ୍ରମରେ ସମସ୍ତେ କିଭଳି ଏହି ମାଣ୍ଡିଆ ଦିବସକୁ ପାଳନ କରିବେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ମାଣ୍ଡିଆ ଦିବସ ଅବସରରେ ରେସ୍ତୋରାଁ ଆସୋସିଏସନ୍‌ ସହଯୋଗରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପରସା ଯିବ। ଆସୋସିଏସନ୍‌ ଅଧିନରେ ଥିବା ୧ଶହରୁ ରେସ୍ତୋରାଁ ଓ କାଫେରେ ମିଲେଟ୍‌ ଦିବସରେ ଗ୍ରାହକଙ୍କୁ ଅତିବେଶୀରେ ୨-୩ଟି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପରସାଯିବାର ବ୍ୟବସ୍ଥା ରହିଛି। ଏଥିପାଇଁ ଓଡ଼ିଶା ମିଲେଟ୍‌ ମିଶନ ଓ ଓଡ଼ିଶା ରେସ୍ତୋରାଁ ଆସୋସିଏସନ୍‌ ମିଳିତଭାବେ ଯୋଜନା କରିଛନ୍ତି।

ଏହି ଅବସରରେ ମିଲେଟ୍‌ ମିଶନ୍‌ ପକ୍ଷରୁ ରେସ୍ତୋରାଁର ସଦସ୍ୟମାନଙ୍କୁ ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ଦିଆଯାଉଛି। ଏହି ଦିବସରେ ରେସ୍ତୋରାଁର ଖାଦ୍ୟଥାଳିରେ ମିଲେଟ୍‌ଜାତୀୟ ଖାଦ୍ୟକୁ ସାମିଲ କରାଯିବ। ଏହାସାଙ୍ଗକୁ ମିଠାରେ ମଧ୍ୟ ମିଲେଟ୍‌ରୁ ପ୍ରସ୍ତୁତ ସାମଗ୍ରୀ ପରସାଯିବ ବୋଲି ଆସୋସିଏସନ ସଭାପତି ରାଜୀବ ସ୍ୱାଇଁ କହିଛନ୍ତି। ପୂର୍ବରୁ ବୋକା କାଫେ ଓ ମାଇକେଲ୍‌ କିଚେନ୍‌ରେ ମିଲେଟରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର କଣ୍ଟିନେଣ୍ଟାଲ, ମେକ୍ସିକାନ୍‌, ବେକେରୀ ଖାଦ୍ୟ ଦ୍ରବ୍ୟ ଏଥିରେ ଉପଲବ୍ଧ ହେଉଛି। ବର୍ତ୍ତମାନ ରେସ୍ତୋରାଁ ଆସୋସିଏସନ୍‌(ରାଓ)ର ସଦସ୍ୟମାନଙ୍କ ସହ ଆଲୋଚନା କ୍ରମେ ସମ୍ପୂର୍ଣ୍ଣ ଓଡ଼ିଆ ଢଙ୍ଗରେ ରୋଷେଇ ହେଉଥିବା ରେସ୍ତୋରାଁରେ ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟ ଦିଆଯିବ।

ଓଡ଼ିଶାର ମିଲେଟକୁ ବିଶ୍ୱସ୍ତରୀୟ ବଜାରରେ ଉପଲବ୍ଧ କରିବା ସହିତ ବର୍ତ୍ତମାନର ପୀଢ଼ିକୁ ଏହି ଖାଦ୍ୟ ଦ୍ରବ୍ୟ ଆହରଣ କରିବା ପାଇଁ ପ୍ରୋତ୍ସାହିତ କରିବା ଏବଂ କୃଷକମାନଙ୍କର ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବା ଏହି ସହଭାଗୀତାର ପ୍ରମୁଖ ଉଦ୍ଦେଶ୍ୟ। ଏଥିପାଇଁ ଆସୋସିଏସନ୍‌ ସଦସ୍ୟମାନଙ୍କୁ ନେଇ ଏକ ‘ମିଲେଟ୍‌ ମିଟ୍‌ ଅପ୍‌’ କରାଯାଇଥିଲା। ଏଥିରେ ସେମାନଙ୍କୁ ମିଲେଟ୍‌ ଖାଦ୍ୟର ରୋଷେଇ ପ୍ରଣାଳୀ ପ୍ରଶିକ୍ଷଣ ଦିଆଯାଇଥିଲା। ମିଲେଟ୍‌ ମିଶନ୍‌ ତରଫରୁ ସଦସ୍ୟମାନଙ୍କୁ ‘ମିଲେଟ୍‌ ରେସିପି ବୁକ୍‌’ ପ୍ରଦାନ କରାଯାଇଛି।

 

Show More

Related Articles

Back to top button