Breaking PLUSଓଡ଼ିଶାମୁଖ୍ୟ ଖବର

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା

ପାରିବାରିକ କଳହର କରୁଣ ପରିଣତି । ଗଞ୍ଜାମ ପୁରୁଷୋତ୍ତମପୁର ଥାନା ବେଢ଼ଛେଲୁ ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହରୁ ଜଣେ ସ୍ୱାମୀ ତା'ର ସ୍ତ୍ରୀକୁ ପଥରରେ ଛେଚି ମାରିଥିବା ନେଇ ସନ୍ଦେହ କରାଯାଉଛି । ଗତକାଲି ରାତିରେ ଘଟିଛି ଏହି ଘଟଣା ।

ପାରିବାରିକ କଳହର କରୁଣ ପରିଣତି । ଗଞ୍ଜାମ ପୁରୁଷୋତ୍ତମପୁର ଥାନା ବେଢ଼ଛେଲୁ ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହରୁ ଜଣେ ସ୍ୱାମୀ ତା’ର ସ୍ତ୍ରୀକୁ ପଥରରେ ଛେଚି ମାରିଥିବା ନେଇ ସନ୍ଦେହ କରାଯାଉଛି । ଗତକାଲି ରାତିରେ ଘଟିଛି ଏହି ଘଟଣା ।

ସୂଚନା ଅନୁସାରେ, ପୂର୍ବରୁ ବିଭିନ୍ନ ସମୟରେ ପ୍ରଶାନ୍ତ ଓ ଝିଲିଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । ଗତକାଲି କୌଣସି କାରଣକୁ ନେଇ ଦୁହିଁଙ୍କ ଭିତରେ ହୋଇଥିଲା ପାଟିତୁଣ୍ଡ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଶାନ୍ତ ଝିଲିଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ପରେ ନିଜେ ଆତ୍ମହତ୍ୟା କରିଥିଲେ । ଆଜି ସକାଳେ ମୃତଦେହ ଦେଖି ପରିବାର ଓ ପଡୋଶୀ ପୋଲିସକୁ ଖବର ଦେଇଥିଲେ ।ତେବେ ଏହି ଘଟଣାରେ ପୁରୁଷୋତ୍ତମପୁର ପୋଲିସ ତଦନ୍ତ ଆରମ୍ଭ କରିବା ସହ ଛାନଭିନ୍ ଚଳାଇଥିବା ଜଣାପଡିଛି। ପ୍ରଶାନ୍ତ ଓ ଝିଲିଙ୍କର ୧୮ ବର୍ଷର ପୁଅ ଓ ୧୩ ବର୍ଷର ଝିଅ ଥିବା ସୂଚନା ମିଳିଛି ।

Show More

Related Articles

Back to top button