ଦେଶ ବିଦେଶ

ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରେ ବଡ ଅଦଳବଦଳ, ସାମିଲ୍ ହେଲେ ୯ ନୂତନ ଚେହେରା

ମନ୍ତ୍ରୀ ହେଲେ ବାବୁଲ ସୁପ୍ରିୟୋ

ଶିକ୍ଷକ ନିଯୁକ୍ତିରେ ଦୁର୍ନୀତିକୁ ନେଇ ଜାରି ଇଡିର କାର୍ଯ୍ୟାନୁଷ୍ଠାନ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କ୍ୟାବିନେଟରେ ଅଦଳ ବଦଳ କରିଛନ୍ତି। ମୋଟ୍ ନଅ ଜଣ ନୂତନ ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ମିଳିଛି। ଏଥିରେ ବାବୁଲ ସୁପ୍ରିୟୋ ମଧ୍ୟ ସାମିଲ୍। ନୂତନ ମନ୍ତ୍ରୀମାନେ ବୁଧବାର ଶପଥ ଗ୍ରହଣ କରିଛନ୍ତି।ମମତା ସରକାରଙ୍କ କ୍ୟାବିନେଟ୍ ଅଦଳବଦଳ ସେହି ସମୟରେ ହୋଇଛି, ଯେଉଁ ସମୟରେ ଟିଏମସି ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କ କାରଣରୁ ଦଳ ହରଡଘଣାରେ ପଡିଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପାର୍ଥ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ସଂଶ୍ଳିଷ୍ଟ ଥିବା ଜଣା ପଡିଛି। ଅର୍ପିତା ମୁଖାର୍ଜୀଙ୍କ ଗରୁ ନଗଦ ୫୧ କୋଟି ଏବଂ ୫ କିଲୋ ସୁନା ଜବତ ପରେ ଇଡି ଉଭୟଙ୍କୁ ଗିରଫ କରି ସାରିଛି। ଇଡିର କାର୍ଯ୍ୟାନୁଷ୍ଠାନ ପରେ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ହଟାଯିବା ସହ ଟିଏମସରି ସବୁ ପଦରୁ ବରଖାସ୍ତ କରାଯାଇଛି। ସେହି ସମୟରେ ମମତା ଇସାରା ଦେଇଥିଲେ ଯେ, ମନ୍ତ୍ରିମଣ୍ଡଳରେ କିଛି ନୂତନ ଚେହେରାଙ୍କୁ ସ୍ଥାନ ମିଳିପାରେ। ୨୦୨୧ରେ ସରକାର ଗଠନ ପରେ ମମତାଙ୍କ ଏହା ପ୍ରଥମ କ୍ୟାବିନେଟ୍ ଅଦଳବଦଳ।

କ୍ୟାବିନେଟ୍ ଅଦଳବଦଳରେ ବାବୁଲ ସୁପ୍ରିୟୋଙ୍କୁ ସାମିଲ୍ କରାଯିବା ଚକିତକର ଘଟଣା ରହିଛି। ବାବୁଲ ସୁପ୍ରିୟୋ ୨୦୨୧ ସେପ୍ଟେମ୍ବରରେ ଭାରତୀୟ ଜନତା ପାର୍ଟି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୨୨ ଏପ୍ରିଲରେ ପଶ୍ଚିମବଙ୍ଗର ବାଲିଗଞ୍ଜ ଆସନରୁ ବିଧାନସଭା ଉପ ନିର୍ବାଚନ ଜିତି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ବାବୁଲ ନିଜର ଲୋକସଭା ଆସନ ଆସନସୋଲରୁ ଇସ୍ତଫା ଦେଇଥିଲେ।

କାହାକୁ ମିଳିଲା ମନ୍ତ୍ରୀ ପଦ

୧ – ବାବୁଲ ସୁପ୍ରିୟୋ

୨ – ସ୍ନେହାଶିଷ ଚକ୍ରବର୍ତ୍ତୀ

୩ – ପାର୍ଥ ଭୌମିକ

୪ – ଉଦୟନ ଗୁହା

୫ – ପ୍ରଦୀପ ମଜୁମଦାର

ସ୍ଵତନ୍ତ୍ର ପ୍ରଭାର

୧ – ବିପ୍ଳବ ରାୟ ଚୌଧୁରୀ

୨ – ବୀରବାହା ହସଦା

ରାଜ୍ୟ ମନ୍ତ୍ରୀ

୧ – ତାଜମୁଲ ହୁସେନ

୨ – ସତ୍ୟଜିତ ବର୍ମନ

Show More

Related Articles

Back to top button