Breaking PLUSଓଡ଼ିଶାମୁଖ୍ୟ ଖବର

ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ

ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ମନୀଷଙ୍କ ବଦଳରେ ୱାଇ ବିଜୟଙ୍କୁ ମାଲକାନଗିରିର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ମନୀଷ ଅଗ୍ରୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସଚିବ ଭାବେ ଦାୟିତ୍ୱ ଦିଆଯାଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ମନୀଷଙ୍କ ବଦଳରେ ୱାଇ ବିଜୟଙ୍କୁ ମାଲକାନଗିରିର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ମନୀଷ ଅଗ୍ରୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସଚିବ ଭାବେ ଦାୟିତ୍ୱ ଦିଆଯାଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମାଲକାନଗିରି ଜିଲ୍ଲାପାଳଙ୍କ ତତ୍କାଳୀନ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଅଭିଯୁକ୍ତ ତାଲିକାରେ ସାମିଲ କରିବା ନେଇ କୋର୍ଟ ନିର୍ଦ୍ଦେଶ ପରେ ସରକାରଙ୍କ ପକ୍ଷରୁ ଏ ନେଇ ନିଷ୍ପତି ନିଆଯାଇଛି । ତେବେ ଜିଲ୍ଲାପାଳଙ୍କ ବ୍ୟତୀତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟ ୩ଜଣ କର୍ମଚାରୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ପୋଲିସ ଦର୍ଶାଇଛି ।

ସୂଚନାଯୋଗ୍ୟ ଯେ, ଦେବ ନାରାୟଣଙ୍କ ମୃତ୍ୟୁର ପ୍ରାୟ ୧୧ମାସ ପରେ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଡିଏସ୍‌ପି ବଳଭଦ୍ର ଦୀପଙ୍କୁ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି । ଏବେ ଘଟଣାର ସାନି ତଦନ୍ତ ଆରମ୍ଭ ହେବ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ହତ୍ୟା ଏବଂ ପ୍ରମାଣ ନଷ୍ଟ ନେଇ ମାମଲା ରୁଜୁ କରିଛି । ଜିଲ୍ଲାପାଳଙ୍କ ସମେତ ଅନ୍ୟ ୩ଜଣଙ୍କ ବିରୋଧରେ ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି) ଏବଂ ୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡିଏସପି ବଳଭଦ୍ର ଦୀପ ଘଟଣାର ତଦନ୍ତ କରି ଆସନ୍ତା ୨୪ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ଦାଖଲ କରିବେ ବୋଲି ସୂଚନା ମିଳିଛି ।

Show More

Related Articles

Back to top button