
ଦୀର୍ଘ କିଛିବର୍ଷ ହେଲାଣି ବଡ଼ ପରଦାରେ ମଲାଇକା ଅରୋଡ଼ାଙ୍କୁ ଦେଖିବାକୁ ମିଳୁନାହିଁ । ୨୦୧୮ରେ ମୁକ୍ତିଲାଭ କରିଥିବା ‘ପଟାଖା’ ଚଳଚ୍ଚିତ୍ରର ‘ହ୍ୟାଲୋ ହ୍ୟାଲୋ’ ଗୀତରେ ତାଙ୍କୁ ଶେଷ ଥର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କର ଆଗାମୀ ସିନେମା ‘ଆନ୍ ଆକ୍ସନ ହିରୋ’ ରେ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଏଥିରେ ସେ ଏକ ଆଇଟମ ଗୀତ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।
ଏହି ଫିଲ୍ମ ଆସନ୍ତା ଡିସେମ୍ବର ୨ରେ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ରର ଟ୍ରେଲର୍ରୁ ମଲାଇକାଙ୍କ ଆକର୍ଷଣୀୟ ଅଙ୍ଗଭଙ୍ଗୀର ଝଲକ ଦେଖି ଲାଗୁଛି ଯେ ଏହା ନିଶ୍ଚିତ ଭାବେ ଉକ୍ତ ଚଳଚ୍ଚିତ୍ରର ଆକର୍ଷଣ ବୃଦ୍ଧି କରିବ। ‘ଆନ୍ ଆକ୍ସନ ହିରୋ’ର ଅଭିନେତା ରହିଛନ୍ତି ଆୟୁଷ୍ମାନ ଖୁରାନା । ତେଣୁ ମଲାଇକାଙ୍କ ଆଇଟମ୍ ଗୀତ ସହିତ ତାଙ୍କର ପ୍ରଥମ ଆକ୍ସନ୍ ଚଳଚ୍ଚିତ୍ର ସଫଳ ହେବ ବୋଲି ଆଶା କରାଯାଉଛି।