Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଖୋଲା ବଜାରରେ ଟିକା ଉପଲବ୍ଧ କରାଯାଉ । ଏହାଦ୍ୱାରା ଯେଉଁମାନେ ଟିକା କିଣିବାକୁ ସକ୍ଷମ ସେମାନେ କିଣି ପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏଭଳି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ୪ଟି ପ୍ରମୁଖ ପ୍ରସ୍ତାବ ଦେଇଛନ୍ତି ।

ଖୋଲା ବଜାରରେ ଟିକା ଉପଲବ୍ଧ କରାଯାଉ । ଏହାଦ୍ୱାରା ଯେଉଁମାନେ ଟିକା କିଣିବାକୁ ସକ୍ଷମ ସେମାନେ କିଣି ପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏଭଳି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ୪ଟି ପ୍ରମୁଖ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ସରକାରୀ ଚେନ୍ ବ୍ୟତୀତ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ । ଏହାଦ୍ୱାରା ଯେଉଁମାନେ ସକ୍ଷମ ସେମାନେ ବଜାରରୁ ଟିକା କିଣିପାରିବେ । ଫଳରେ ଆର୍ଥିକ ଅନଗ୍ରସର ଶ୍ରେଣୀଙ୍କୁ ଟିକାକରଣ ଉପରେ ଫୋକସ କରାଯାଇପାରିବ ।

ଏହାସହ ଟିକା ଯୋଗାଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରେ ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ କରୋନା ଟିକା ମିଳୁ ବୋଲି କହିଛନ୍ତି । ସର୍ବାଧିକ ସଂକ୍ରମିତ ସହରଗୁଡିକୁ ପ୍ରାଧାନ୍ୟ ଦିଆଯାଉ ।

ରାଜ୍ୟଗୁଡ଼ିକୁ ଠିକ ସମୟରେ ଯଥେଷ୍ଟ ଟିକା ଯୋଗାଇ ଦିଆଯାଉ । ଏହାସହ ମେଟ୍ରୋ ସିଟିଗୁଡ଼ିକରେ ବଟସ ସୀମା କୋହଳ କରାଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Show More

Related Articles

Back to top button