Breaking PLUSଓଡ଼ିଶାମୁଖ୍ୟ ଖବର

ମହୁଲ ବୋଝେଇ ଟ୍ରକ ଜବତ, 2 ଗିରଫ

ଦେବଗଡ଼ – ଚୋରା ଚାଲାଣ ବେଳେ ଦେବଗଡ ଅବକାରୀ ବିଭାଗ ଚଢଉ କରି ଏକ ମହୁଲ ବୋଝେଇ ଟ୍ରକକୁ ଜବତ କରିବା ସହ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅବକାରୀ ଇନ୍ସପେକ୍ଟର ଗତକାଲି ରାତ୍ରୀରୁ ରିଆମାଳ ଥାନାଂଚଳର କଂସର ଛକ ନିକଟରେ ସଦଳବଳେ ପ୍ୟାଟ୍ରୋଲିଂ କରୁଥିଲେ।
ତେବେ ଆଜି ପ୍ରତ୍ୟୁଷ ପ୍ରାୟ ୫ ଟା ସମୟରେ ଏକ ଟାଟା ମିନି ଟ୍ରକ ସନ୍ଦେହଜନକ ଭାବେ ଦ୍ରୁତ ଗତିରେ ଉକ୍ତ ରସ୍ତା ଦେଇ ଜମନକରିରା ଆଡକୁ ଯାଉଥିବା ଦେଖି ତାକୁ ଅଟକାଇ ଥିଲେ। ଯାଂଚ କରିବାରୁ ଉକ୍ତ ଟ୍ରକରେ ପ୍ରାୟ ୫୦ କୁଇଂଟାଲ ମହୁଲ ଥିବା ଏବଂ ଏବାବଦୀୟ କୌଣସି ବୈଧ କାଗଜପତ୍ର ନଥିବା ଜଣାପଡିଥିଲା। ଫଳରେ ଅବକାରୀ ବିଭାଗ କର୍ତୃପକ୍ଷ ଉକ୍ତ ମହୁଲ ବୋଝେଇ ଟ୍ରକଟିକୁ ଜବତ କରିବା ସହ ମହୁଲ ଚୋରା ଚାଲାଣକାରୀ ବରଘାଟ ଗ୍ରାମର ମଦନ ଜୟପୁରିଆ (୬୦) ଓ ଚାଳକ ଅନନ୍ତ ଜାମକିଆର (୫୮)କୁ ଗିରଫ କରି ଅବକାରୀ କାର୍ଯ୍ୟାଳୟକୁ ଆଣିବା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଜବତ ହୋଇଥିବା ମହୁଲର ବଜାର ମୂଲ୍ୟ ପ୍ରାୟ ଦେଢଲକ୍ଷ ଟଙ୍କା ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Show More

Related Articles

Back to top button