Breaking PLUSଦେଶମୁଖ୍ୟ ଖବରରାଜନୀତି

ବାସଭବନ ଖାଲି କଲେ ମହୁଆ ମିତ୍ର

ନୂଆଦିଲ୍ଲୀ- ତୃଣମୂଳ କଂଗ୍ରେସର ନେତ୍ରୀ ମହୁଆ ମିତ୍ର ସରକାରୀ ବାସଭବନ ନମ୍ବର 9ବି ଟେଲିଗ୍ରାଫ ଲେନକୁ ଆଜି ସକାଳ 10ଟାରେ ଖାଲି କରିଦେଇଛନ୍ତି । ଏହି ଘରକୁ ସମ୍ପଦା ମନ୍ତ୍ରାଳୟକୁ ହସ୍ତାନ୍ତର କରାଯାଇଛି ।
ଟିଏମସି ନେତା ମହୁଆ ମିତ୍ରଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ବୟାନ ମୁତାବକ ବାସଭବନ ଅଧିକାରୀଙ୍କ ଆସିବା ପୂର୍ବରୁ ଖାଲି କରିଦିଆଯାଇଥିଲା ଏବଂ ଜବରଦସ୍ତି କୌଣସି ନିଷ୍କାସନ କରାଯାଇନାହିଁ ।
ଲୋକସଭାରୁ ସଦସ୍ୟତା ଯିବା ପରେ ଟିଏମସି ନେତା ମହୁଆ ମିତ୍ରଙ୍କୁ ଆବଣ୍ଟିତ ସରକାରୀ ବାସଭବନ ଖାଲି କରିବା ପାଇଁ ନୋଟିସ ପଠାଯାଇଥିଲା । ଏହା ବିରୁଦ୍ଧରେ ସେ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ ।

Show More

Related Articles

Back to top button