ଓଡ଼ିଶାପୂଜା ପାର୍ବଣ

ଘଟଗାଁ ତାରିଣୀ ପୀଠରେ ମହାନବମୀ ପାଳିତ

ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ମା’

ଗୁରୁବାର ପୀଠଗୁଡିକରେ ଦେବୀ ମାନଙ୍କୁ ବିଶ୍ରାମ ଦେଇ କେବଳ ମଣ୍ଡପ ଗୁଡିକରେ ପାଳିତ ହେଉଛି ମହାନବମୀ । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ମଧ୍ୟ ପାଳିତ ହେଉଛି ମହାନବମୀ । ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ତାରିଣୀ । ଗୁରୁବାର ସକାଳୁ ସକାଳୁ ସେବାୟତମାନେ ମା’ଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ମଙ୍ଗଳଆଳତି, ବଡ ସିଂହାର ବେଶ, ଦୀପ, ଧୂପ ପ୍ରଜ୍ବଳନ କରିଥିଲେ ।

 

ଏହାପରେ ଷୋଡଶ ଉପଚାର ପୂଜା ସମାପନ କରି ମାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ନବ ରାତ୍ରୀର ନବମ ଦିବସରେ ମା’ ମହାଗୌରୀ ରୂପ ଧାରଣ କରିଛନ୍ତି । ଏହି ମହାଗୌରୀ ରୂପ ଏବଂ ସୁନାବେଶକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି । ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି ।

Show More

Related Articles

Back to top button