Breaking PLUSଦେଶମୁଖ୍ୟ ଖବର

ଦୁବାଇରୁ ମହାଦେବ ଆପ୍‌ର ପ୍ରମୋଟର ରବି ଉପ୍ପଲ ଗିରଫ

ନୂଆଦିଲ୍ଲୀ, 13 ଡିସେମ୍ବର – ମହାଦେବ ଅନଲାଇନ ବେଟିଂ ଆପର ଦୁଇ ମୁଖ୍ୟ ପ୍ରମୋଟରଙ୍କ ମଧ୍ୟରୁ ଜଣେ ରବି ଉପ୍ପଲକୁ ଦୁବାଇ ପୋଲିସ ଗିରଫ କରିଛି । ଉପ୍ପଲକୁ ଖୁବ ଶୀଘ୍ର ଭାରତ ପ୍ରତ୍ୟର୍ପଣ କରାଯିବ । ପ୍ରତ୍ୟର୍ପଣ ପାଇଁ ଇଡି ପକ୍ଷରୁ ୟୁଏଇ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି ।
ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ଯେ, ବେଆଇନ ବେଟିଂ ଓ ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ରବି ଉପ୍ପଳକୁ ଦୁବାଇରୁ ଗିରଫ କରାଯାଇଛି । ଦୁବାଇ ପୋଲିସ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧ କ୍ରମେ ଇଣ୍ଟରପୋଲ ଦ୍ୱାରା ଜାରି ରେଡ୍ କର୍ନର ନୋଟିସ ଆଧାରରେ ରବି ଉପ୍ପଲକୁ ଗିରଫ କରାଯାଇଛି ।

Show More

Related Articles

Back to top button