Breaking PLUSଦେଶମୁଖ୍ୟ ଖବର
ଆଜିଠାରୁ ଆରମ୍ଭ ହେଲା ପବିତ୍ର ମହାକୁମ୍ଭ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହୋଇଛନ୍ତି ପବିତ୍ର ମହାକୁମ୍ଭ। ଏହି ଅବସରରେ ମହାକୁମ୍ଭର ପ୍ରଥମ ଦିନରେ ୬୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏହା ସହିତ ମହାକୁମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀ କହିଛନ୍ତି, ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ଭଲ ପାଉଥିବା କୋଟି କୋଟି ଭାରତୀୟଙ୍କ ପାଇଁ ଆଜି ଏକ ଅତ୍ୟନ୍ତ ସ୍ବତନ୍ତ୍ର ଏବଂ ପବିତ୍ର ଦିବସ। ସେଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା। ମହାକୁମ୍ଭ ୨୦୨୫ ପ୍ରୟାଗରାଜରେ ଆରମ୍ଭ ହୋଇଛି।