Breaking PLUSଦେଶମୁଖ୍ୟ ଖବର

ବକ୍ସରରେ ଦୁଇଭାଗ ହେଲେ ମଗଧ ଏକ୍ସପ୍ରେସ

ପାଟଣା- ବିହାରର ବକ୍ସର ଜିଲାରେ ରବିବାର ଘଟିଛି ଏକ ଟ୍ରେନ୍ ଦୁର୍ଘଟଣା। ଦିଲ୍ଲୀରୁ ଆସୁଥିବା ମଗଧ ଏକ୍ସପ୍ରେସ ଟ୍ରେନ ଟୁନିଗଞ୍ଜ ରେଳ ଷ୍ଟେସନରେ ହଠାତ୍ ଦୁଇ ଭାଗ ହୋଇଯାଇଥିଲା। ଚଳନ୍ତା ଟ୍ରେନ୍ ଦୁଇ ଭାଗ ହୋଇଯିବା ପରେ ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଲୋକୋ ପାଇଲଟ ତୁରନ୍ତ ଟ୍ରେନକୁ ଅଟକାଇଥିଲେ। ଖବର ପାଇ ରେଲଓ୍ବେ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ବର୍ତ୍ତମାନସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ।

Show More

Related Articles

Back to top button