ଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ହାଇଓ୍ବାକୁ ଧକ୍କା ଦେଲା ଲୁନା

ଲୁନା ଆରୋହୀଙ୍କ ମୃତ୍ୟୁ

ହାଇଓ୍ବାକୁ ଧକ୍କା ଦେଲା ଲୁନା । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଶ୍ୟାମସୁନ୍ଦର ପୁର ନିକଟରେ ଏକ ହାଇଓ୍ବା ଯାନ୍ତ୍ରିକ ତ୍ରୁଟି କାରଣରୁ ରାସ୍ତା ଉପରେ ଦୀର୍ଘ ସମୟ ଧରି ଛିଡା ହୋଇଥିଳା । ଏହି ସମୟରେ ବଡଗମ୍ଭାରିଆ ହାଟରୁ ଜଣେ ବ୍ୟକ୍ତି ନିଜ ଲୁନା ଯୋଗେ ଫେରୁଥିବା ସମୟରେ ହାଇଓ୍ବା ପଛରେ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ହିଁ  ଲୁନା ଆରୋହୀଙ୍କ ମୃତ୍ୟୁ ଘଟିଛି ।

ମୃତ ବ୍ୟକ୍ତି ମହିଁଷାମୁଣ୍ଡି ଗ୍ରାମର ଦୀନବନ୍ଧୁ ମୁଣ୍ଡା ବୋଲି ଜଣାପଡିଛି । ଗାଡିର ବେଗ ଅଧିକଥିବା ଯୋଗୁଁ ଏପରି ହେଇଥାଇପାରେ ବୋଲି ଅନୁମାନ କରାଯାଉଥିବାବେଳେ ତାଙ୍କ ମୁଣ୍ଡ ଓ ଛାତି ରେ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Show More

Related Articles

Back to top button