
ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଇଥିଲାବେଳେ ଶୀତର ପରିମାଣ କମିଛି । ଏହାରି ମଧ୍ୟରେ ବଙ୍ଗୋପସାରରେ ଏକ ଲଘୁଚାପ ସୃଷ୍ଟି ହାର ସମ୍ଭାବନା ଅଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଥିବାବେଳେ ଓଡିଶା ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଡିସେମ୍ବର ୪ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବର ସମ୍ଭାବନା ରହିଛି । ଯାହାକି ପରବର୍ତ୍ତି କାଳରେ ୫ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇପାରେ । ଅଥିସହିତ ଏହି ଘୂର୍ଣ୍ଣିବଳୟ ଅବପାତର ରୂପ ନେବା ସହ ୮ ତାରିଖ ମଧ୍ୟରେ ତଟବର୍ତ୍ତୀ ଅଞ୍ଚଳ ଛୁଇଁପାରେ । ଏହି ଲଘୁଚାପ ୮ ତାରିଖରେ ତାମିଲନାଡୁ-ପୁଡୁଚେରୀ ଉପକୂଳ ଛୁଇଁବାର ସମ୍ଭାବନା ରହବା ସହ ଏହା ଓଡିଶା ଉପରେ ଏହି ଲଘୁଚାପର ପ୍ରଭାବ ପଡିବ ନାହିଁ ବୋଲି ଆକଳନ କରାଯାଉଛି । ।
ତେବେ ଏହି ଲଘୁଚାପ କାରଣରୁ ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରଭାବ କମିବାର ଲାଗିଛି । ଏଥିସହିତ ଗତ ୨ ରୁ ୩ ଦିନ ହେବ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି । ତେବେ ଏହି ଲଘୁଚାପ କାରଣରୁ ଡିସେମ୍ବର ୩ରୁ ୬ ଭିତରେ ରାଜ୍ୟରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ । ଫଳରେ ଏହି ସମୟରେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।