Breaking PLUSଓଡ଼ିଶାମୁଖ୍ୟ ଖବର

ତିନି ଦିନ ହେଲା ଉପାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ବର : ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ଅପୂଜା ରହିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। କ୍ଷୀର ଆଉଟା ନୀତିକୁ ନେଇ ଦୁଇ ସେବାୟତ ଗୋଷ୍ଠୀଙ୍କ କଳିରେ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିବା ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଖାଡା ଉପବାସ ରହିଛନ୍ତି। ଆଜି ତୃତୀୟ ଦିନରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟାରୁ ଠାକୁରଙ୍କ ନୀତିକାନ୍ତି ହୋଇପାରୁନି। ଟ୍ରଷ୍ଟ ବୋର୍ଡ ବୈଠକ ଡାକି ସ୍ଥାୟୀ ସମାଧାନ ଦାବି କରିବା ସହ ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ବ୍ରାହ୍ମଣ ନିଯୋଗ। ଦିଅଁଙ୍କ ନୀତିବନ୍ଦ ନେଇ ମଙ୍ଗଳବାର ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତି ଜିଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟରେ ବୈଠକ ହୋଇଥିଲା। ସହକାରୀ ଦେବୋତ୍ତର ଆୟୁକ୍ତ ଶିଶିର କୁମାର ସାହୁ ବୈଠକରେ ଉପସ୍ଥିତ ରହିଥିଲେ। ସେବା ଅଧିକାର ବିବାଦକୁ ଟ୍ରଷ୍ଟବୋର୍ଡରେ ଆଲୋଚନା କରି ଆଗାମୀ ୭ ଦିନ ଭିତରେ ସମାଧାନ କରିବାକୁ ମନ୍ଦିର ପ୍ରଶାସନ କହିବା ସହ ଦିଅଁଙ୍କ ନୀତିକାନ୍ତି ସ୍ବାଭାବିକ କରିବାକୁ ଉଭୟ ନିଯୋଗଙ୍କୁ ଅନୁରୋଧ କରିଥିଲା। ଏଥିରେ ବ୍ରାହ୍ମଣ ନିଯୋଗ ଅରାଜି ହୋଇଥିଲେ।

Show More

Related Articles

Back to top button