Breaking PLUSଓଡ଼ିଶାମୁଖ୍ୟ ଖବର

ପୂର୍ବତନ ବିଧାୟକଙ୍କ ଠାରୁ ଲୁଟ୍

କଳା ପଲସର ଆତଙ୍କ । ସ୍ପଷ୍ଟ ଦିବାଲୋକରେ ଲୁଟ୍‌ର ଶିକାର ହେଲେ ବିଧାୟକ।ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ବ୍ରାହ୍ମଣବୋଷ ଗ୍ରାମ ନିକଟରେ।

କଳା ପଲସର ଆତଙ୍କ । ସ୍ପଷ୍ଟ ଦିବାଲୋକରେ ଲୁଟ୍‌ର ଶିକାର ହେଲେ ବିଧାୟକ।ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ବ୍ରାହ୍ମଣବୋଷ ଗ୍ରାମ ନିକଟରେ।

ସୂଚନା ଅନୁସାରେ, ରାଇରଙ୍ଗପୁରର ପୂର୍ବତନ ବିଧାୟକ ଶାଇବା ସୁଶୀଲ ହାଁସଦା ନିଜ ଗ୍ରାମ ବ୍ରାହ୍ମଣ ବୋଷ ଗ୍ରାମକୁ ସ୍କୁଟି ଯୋଗେ ଫେରୁଥିଲେ । ହଠାତ ଏକ କଳା ପଲସରରେ ତିନିଜଣ ଦୁର୍ବୃତ୍ତ ଆସି ଶାଇବାଙ୍କୁ ଲୁହା ଛଡ଼ରେ ଆକ୍ରମଣ କରିଥିଲେ । ଏହା ସହିତ ତାଙ୍କ ପାଖରେ ଥିବା ୮୦ ହଜାର ଟଙ୍କା ଲୁଟି ଆଖି ପିଛୁଳାକେ ପଳାଇଥିଲେ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦିବାଲୋକରେ ବାରମ୍ବାର ଏପରି ଲୁଟ୍ ଘଟଣାକୁ ନେଇ ସାଧାରଣରେ ପୋଲିସ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Show More

Related Articles

Back to top button