Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀର ୪ଟି ଓ ହରିୟାଣାର ଗୋଟିଏ ଆସନ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କଲା ଆପ୍

ଦିଲ୍ଲୀର ୪ଟି ଲୋକସଭା ଆସନ ଏବଂ ହରିୟାଣାର କୁରୁକ୍ଷେତ୍ର ନିର୍ବାଚନ ମଣ୍ଡଳୀରୁ ଗୋଟିଏ ଆସନ ପାଇଁ ଆମ୍ ଆଦମୀ ପାର୍ଟି ଆଜି ପ୍ରାର୍ଥୀ ଘୋଷଣା କରିଛି। ଆପ୍ ପୂର୍ବ ଦିଲ୍ଲୀ ଆସନରୁ କୁଲଦୀପ କୁମାରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆପର ବରିଷ୍ଠ ନେତା ସୋମନାଥ ଭାରତୀ ନୂଆଦିଲ୍ଲୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ।
ଦଳ ଦକ୍ଷିଣ ଦିଲ୍ଲୀ ଆସନରୁ ସାହିରାମ ପହଲୱାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ମହାବଳ ମିଶ୍ରଙ୍କୁ ପଶ୍ଚିମ ଦିଲ୍ଲୀରୁ ପ୍ରାର୍ଥୀ କରିଛି। ହରିୟାଣାରୁ କୁରୁକ୍ଷେତ୍ରରୁ ଆପ୍ ସୁଶୀଲ ଗୁପ୍ତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ନେତା ଗୋପାଳ ରାୟ କହିଛନ୍ତି ଯେ ପୂର୍ବ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ଅନୁସୂଚିତ ଜାତି ପ୍ରାର୍ଥୀଙ୍କୁ ଚୟନ କରି ତାଙ୍କ ଦଳ ଏକ ଐତିହାସିକ ନିଷ୍ପତ୍ତି ନେଇଛି ଯାହା ସାଧାରଣ ବର୍ଗ ପାଇଁ ଉଦ୍ଦିଷ୍ଟ। ସେ କହିଛନ୍ତି, ପୂର୍ବ ଦିଲ୍ଲୀରେ ଆମେ ଏକ ଐତିହାସିକ ନିଷ୍ପତ୍ତି ନେଇଛୁ। କୁଲଦୀପ କୁମାର ଅନୁସୂଚିତ ଜାତି ବର୍ଗରୁ ଆସିଛନ୍ତି ଏବଂ ଦିଲ୍ଲୀରେ ପ୍ରଥମ ଥର ପାଇଁ ସଂରକ୍ଷିତ ବର୍ଗର ପ୍ରାର୍ଥୀ ସାଧାରଣ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଶ୍ରୀ ରାୟ କହିଛନ୍ତି।

Show More

Related Articles

Back to top button