Breaking PLUSଦେଶ ବିଦେଶମୁଖ୍ୟ ଖବର

ସାରା ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୧୦କୋଟି ୫୩ଲକ୍ଷ ୯୨ହଜାର ୨୬୬ରେ ପହଁଞ୍ଚିଲା ମୋଟ ସଂକ୍ରମିତ ସଂଖ୍ୟା

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶୁକ୍ରବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨ଲକ୍ଷ ୯୨ହଜାର ୫୦୮ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦କୋଟି ୫୩ଲକ୍ଷ ୯୨ହଜାର ୨୬୬କୁ ବୃଦ୍ଧି ପାଇଛି ।

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶୁକ୍ରବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨ଲକ୍ଷ ୯୨ହଜାର ୫୦୮ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦କୋଟି ୫୩ଲକ୍ଷ ୯୨ହଜାର ୨୬୬କୁ ବୃଦ୍ଧି ପାଇଛି । ସେହିପରି କୋରୋନାରୁ ୭କୋଟି ୭୨ଲକ୍ଷ ୨୮ହଜାର ୫୬୨ ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୫୮ଲକ୍ଷ ୭୧ହଜାର ୧୯୬ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୨କୋଟି ୭୨ଲକ୍ଷ ୬୮ହଜାର ୩୩୩ ସଂକ୍ରମିତ ଓ ୪ଲକ୍ଷ ୬୬ହଜାର ୮୬୫ ଜଣ ମୃତ ଥିବାବେଳେ ଭାରତରେ ୧କୋଟି ୭ଲକ୍ଷ ୯୦ହଜାର ୧୮୩ସଂକ୍ରମିତ ଓ ୧ଲକ୍ଷ ୫୪ହଜାର ୭୦୩ମୃତ, ବ୍ରାଜିଲରେ ୯୩ ଲକ୍ଷ ୯୭ ହଜାର ୭୬୯ ସଂକ୍ରମିତ ଓ ୨ ଲକ୍ଷ ୨୮ ହଜାର ୮୮୩ ମୃତ, ଋଷିଆରେ ୩୯ ଲକ୍ଷ ୧୭ ହଜାର ୯୧୮ ସଂକ୍ରମିତ ଓ ୭୫ ହଜାର ୨୦୫ ମୃତ, ୟୁକେରେ ୩୮ ଲକ୍ଷ ୯୨ ହଜାର ୪୫୯ ସଂକ୍ରମିତ ଓ ୧ ଲକ୍ଷ ୧୦ହଜାର ୨୫୦ମୃତ, ଫ୍ରାନ୍ସରେ ୩୨ ଲକ୍ଷ ୭୪ ହଜାର ୬୦୮ ସଂକ୍ରମିତ ଓ ୭୭ ହଜାର ୯୫୨ ମୃତ, ସ୍ପେନରେ ୨୯ ଲକ୍ଷ ୪୩ ହଜାର ୩୪୯ ସଂକ୍ରମିତ ଓ ୬୦ ହଜାର ୮୦୨ ମୃତ, ଇଟାଲିରେ ୨୫ ଲକ୍ଷ ୯୭ ହଜାର ୪୪୬ ସଂକ୍ରମିତ ଓ ୯୦ ହଜାର ୨୪୧ ମୃତ, ତୁର୍କୀରେ ୨୫ ଲକ୍ଷ ୮ ହଜାର ୯୮୮ ସଂକ୍ରମିତ ଓ ୨୬ ହଜାର ୪୬୭ ମୃତ, ଜର୍ମାନୀରେ ୨୨ ଲକ୍ଷ ୬୫ ହଜାର ୫୩୬ ସଂକ୍ରମିତ ଓ ୬୦ ହଜାର ୮୮୫ ମୃତ, କଲମ୍ବିଆରେ ୨୧ ଲକ୍ଷ ୩୫ ହଜାର ୪୧୨ ସଂକ୍ରମିତ ଓ ୫୫ ହଜାର ୧୩୧ ମୃତ ରହିଛନ୍ତି ।

Show More

Related Articles

Back to top button