Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ପାହାଡପୁର ଠାରେ ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ଏଲଏନଟି ଦ୍ୱାରା ନିର୍ମିତ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ପ୍ରଶିକ୍ଷଣ ଦ୍ୱାରା ରୋଜଗାରକ୍ଷମ ହେବେ ବେକାର ଯୁବକ ଯୁବତୀ

ରାଇରଙ୍ଗପୁର-ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମର ଆଜି ଦ୍ଵିତୀୟ ଦିବସରେ ମହାମହିମ ପାହାଡ଼ପୁର ଠାରେ ପହଂଚିବା ପରେ ସ୍ଥାନୀୟ ବାସିନ୍ଦା ରାଷ୍ଟ୍ରପତିଙ୍କୁ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଭବ୍ୟ ସମ୍ବର୍ଦ୍ଧନା ପୂର୍ବକ ସ୍ୱାଗତ କରିଥିଲେ । ଏହା ପରେ ରାଷ୍ଟ୍ରପତି ପାହାଡ଼ପୁର ସ୍ଥିତ ମୁର୍ମୁ ଛକ ଠାରେ ଅବସ୍ଥାପିତ ସ୍ବର୍ଗତଃ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ମାଲ୍ୟାର୍ପଣ କରିଥିଲେ ।

ପରେ ପରେ ପ୍ରୟାସ ଟ୍ରଷ୍ଟର ସହଯୋଗରେ ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଲାର୍ଶନ ଓ ଟ୍ୟୁବ୍ରୋ କମ୍ପାନୀ ଦ୍ୱାରା ନବନିର୍ମିତ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଏହାପରେ ଉକ୍ତ ପ୍ରଶିକ୍ଷଣ କେନ୍ଦ୍ରର ଟିମ ସଦସ୍ୟ ଓ ଛାତ୍ରଛାତ୍ରୀ ମାନେ ଏହି ଆନନ୍ଦମୟ ମୁହୂର୍ତର ସ୍ମୃତି ଉଦେଶ୍ୟରେ ମହାମହିମଙ୍କ ସହିତ ଫୋଟୋ ଉତ୍ତୋଳନ କରିଥିଲେ ।

ଏହି ଅବସରରେ ପ୍ରୟାସ ଟ୍ରଷ୍ଟ ଦ୍ୱାରା ଏସ ଏଲ ଏସ ସ୍ମାରକୀ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଭିନ୍ନ ହିତ ସାଧନ ନିମନ୍ତେ ଯୋଗାଇ ଦିଆଯାଉଥିବାଏକ ବହୁମୁଖୀ ଉଦେଶ୍ୟ ସାଧନ “ସହଯୋଗୀ ବାହନ ” ନାମକ ଏକ ଭ୍ୟାନକୁ ମହାମହିମ ଫିତା କାଟି ଶୁଭ ଉଦଘାଟନ କରିଥିଲେ ଏବଂ ଉକ୍ତ ଭ୍ୟାନକୁ ପ୍ରୟାସ ଟ୍ରଷ୍ଟର ସଭାପତି ଶ୍ରୀମତୀ ମୀନା ସୁବ୍ରମନିୟନଙ୍କ ଦ୍ୱାରା ଏସ ଏଲ ଏସ ବିଦ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା ।

Show More

Related Articles

Back to top button