Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣମୁଖ୍ୟ ଖବରସ୍ୱତନ୍ତ୍ର

୧୨ ରୁ ଖୋଲିବ ଲିଙ୍ଗରାଜ ମନ୍ଦିର ସହ ଅନ୍ୟ ଧର୍ମାନୁଷ୍ଠାନ

ଆସନ୍ତା ଫେବୃୟାରୀ ୧୨ ତାରିଖରୁ ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ସମେତ ଖୋଲିବ ଅନ୍ୟାନ୍ୟ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଆସନ୍ତା ଫେବୃୟାରୀ ୧୨ ତାରିଖରୁ ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ସମେତ ଖୋଲିବ ଅନ୍ୟାନ୍ୟ ଧର୍ମାନୁଷ୍ଠାନ । ଓଡ଼ିଶା ସମେତ ରାଜଧାନୀ ଭୁବନେଶ୍ୱରରେ କରୋନାର ୩ୟ ଲହର କ୍ରମଶଃ ହ୍ରାସ ପାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ହୋଇଥିବାରୁ ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖ ଠାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ଅନ୍ୟ ଧର୍ମାନୁଷ୍ଠାନ ଗୁଡିକ ଖୋଲିବ । କୋଭିଡ୍ କଟକଣାକୁ ନେଇ ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନଗୁଡିକ ଖୋଲିବା ପାଇଁ (ବିଏମସି) ପକ୍ଷରୁ ଘୋଷଣା କରାଯାଇଛି । କୁହାଯାଇଛି ଯେ, ଯେଉଁମାନେ କରୋନା ଟିକା ଉଭୟ ଡୋଜ୍ ନେଇଥିବେ ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ଚଳିତ ମାସ ୧୨ ତାରିଖ ଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଭୁବନେଶ୍ୱରରେ ଥିବା ଅନ୍ୟ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ଓ ଅନ୍ୟ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲିବାକୁ ନିର୍ଦ୍ଧେଶ ଦିଆଯାଇଛି । କିନ୍ତୁ ଧର୍ମାନୁଷ୍ଠାନ ଗୁଡ଼ିକରେ କୋଭିଡ-୧୯ ଗାଇଡଲାଇନ୍‌ ପାଳନ କରିବାକୁ ହେବ। ମନ୍ଦିର ଭିତରକୁ ଯିବାକୁ ଚାହୁଁଥିବା ଶ୍ରଦ୍ଧାଳୁମାନେ ନିଜର ଫଟୋ,ପରିଚୟପତ୍ର , ଆଧାରକାର୍ଡ ସାଙ୍ଗରେ ନେଇଯିବାକୁ ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ଭିତରେ ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ରକ୍ଷାକରି ପ୍ରଭୁଙ୍କୁ ଦର୍ଶନ କରିପାରିବେ । କିନ୍ତୁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଭୋଗ ନେଇ ଯାଇପାରିବେ ନାହିଁ । ମନ୍ଦିରରେ ପୂଜା କରୁଥିବା ପୂଜକଙ୍କୁ ମଧ୍ୟ ଟୀକା ନେବାକୁ ବାଧ୍ୟତାମୂଳକ କରାଯାଇଛି ।

Show More

Related Articles

Back to top button