Breaking PLUSଓଡ଼ିଶାମୁଖ୍ୟ ଖବର

ଗଜପତିରେ ‘ଲକ୍ଷ୍ମୀ’ ବସ୍‌‌ର ଶୁଭାରମ୍ଭ

ଗଜପତି : ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ। ଗଜପତି ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରି ଖୁବ୍‌‌ ଖୁସି। ଆଜି ଗଜପତିରେ ‘ଲକ୍ଷ୍ମୀ’ ବସ୍‌‌ର ଶୁଭାରମ୍ଭ କରି ଉଦବୋଧନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗାଯୋଗରେ ଅସୁବିଧା ଜାଣି ଯୋଜନା ଆରମ୍ଭ କରାଯାଇଛି। ଗାଁକୁ ଗାଁ ସହିତ ଯୋଡିବ ଲକ୍ଷ୍ମୀ ବସ୍‌‌। ଅର୍ଥନୀତି ଓ ଲୋକଙ୍କ ସାମାଜିକ ସମ୍ପର୍କ ମଜଭୂତ ହେବ। ଏହି ଯୋଜନାରେ ରାଜ୍ୟର ୧୦୦୦ରୁ ଅଧିକ ବସ୍‌‌ ଚାଲିବ। ଗଜପତି ଜିଲାର ୧୨୬ ପଞ୍ଚାୟତକୁ ବସ୍‌‌ ସୁବିଧା ମିଳିବ। ଘର ପାଖକୁ ଏହି ବସ୍‌‌ ଆସିବା ସହ ପିଲାଙ୍କୁ ସ୍କୁଲ କଲେଜ ସହ ଯୋଡିବ। ଚାଷୀଙ୍କୁ ମାର୍କେଟ ଓ ରୋଗୀଙ୍କୁ ହସ୍ପିଟାଲ ନେବ। ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ। ଗାଁର ବିକାଶ ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲିଛି। ଦୁର୍ଗାପୂଜା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଯୋଗାଯୋଗ ବିକାଶର ଆଧାର। ଲୋକଙ୍କ ସାମାଜିକ ସମ୍ପର୍କ ମଜଭୂତ ହେବ। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ।
ଆଜି ଗଜପତିରେ ‘ଲକ୍ଷ୍ମୀ’ ବସ୍‌‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ୩୬ଟି ବସ୍‌‌ ଯୋଗାଇଛନ୍ତି ସରକାର। ଜିଲାର ସାତୋଟି ବ୍ଲକରେ ସେବା ଯୋଗାଇବ ବସ୍‌‌। ରାଜ୍ୟର ବିକାଶରେ ସହଯୋଗ କରିବ ‘ଲକ୍ଷ୍ମୀ’। ଗଜପତି ଜିଲାର ୭ ବ୍ଲକରେ ଗଡିଲା ‘ଲକ୍ଷ୍ମୀ’ ବସ।

Show More

Related Articles

Back to top button