Breaking PLUSଓଡ଼ିଶାମୁଖ୍ୟ ଖବର

ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଣ୍ଡା ମାଡ଼!

ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଣ୍ଡା ମାଡ଼ ! କେନ୍ଦ୍ରାପଡ଼ା ଗସ୍ତ ବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଂଗ୍ରେସ ଓ ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିବା ସହ କଳା ପତାକା ଦେଖାଇଥିବା ଅଭିଯୋଗ ହୋଇଛି । ମହାଲିଙ୍ଗ ସନ୍‌ସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ଏହି ଅଣ୍ଡାମାଡ଼ ହୋଇଛି । ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କେହି ଗିରଫ ହୋଇନଥିବା ଜଣାପଡ଼ିଛି ।

ଆଇନ୍‌ମନ୍ତ୍ରୀ ପ୍ରତାପ ଜେନାଙ୍କର ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ ଥିଲା । ଆଇନ୍‌ମନ୍ତ୍ରୀ ଅପରାହ୍ନ ସାଢ଼େ ୩ଟାରେ ସର୍କିଟ୍‌ ହାଉସ୍‌ରେ ପହଞ୍ଚିବା ଥିଲା । ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରିଥିଲା ପୁଲିସ୍‌ । ଛକ ଛକରେ ପୁଲିସ୍‌ ମୁତୟନ ହୋଇଥିଲେ । ଅଣ୍ଡା ମାଡ଼ ସମ୍ପର୍କରେ ଖବର ପାଇ ଆଗୁଆ କେତେକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା । ଏହା ସତ୍ତ୍ୱେ ଆଜି ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।

ଆଇନ୍‌ମନ୍ତ୍ରୀ ପୂର୍ବ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ରମକୁ ଆସିନଥିଲେ । ନିର୍ଦ୍ଧାରିତ ସମୟର ବହୁ ପରେ ମନ୍ତ୍ରୀ ଦ୍ରୁତ ଗତିରେ ଚାଲି ଯାଉଥିବା ବେଳେ ଲ’ କଲେଜ ଛକରେ ଯୁବ କଂଗ୍ରେସ କର୍ମୀମାନେ ଅଣ୍ଡା ମାଡ଼ କରିଥିଲେ । ଠିକ୍‌ ସେମିତି ଗୁଲନଗର ଛକରେ ବିଜେପି କର୍ମୀ ମଧ୍ୟ ମନ୍ତ୍ରୀଙ୍କ ଗାଡ଼ିକୁ କଳାପତାକା ଦେଖାଇଥିଲେ ।

Show More

Related Articles

Back to top button