ଓଡ଼ିଶା

ସମ୍ବଲପୁର-ଦର୍ଶନ ନଗର-ସମ୍ବଲପୁର ଆସ୍ଥା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ

ଭୁବନେଶ୍ୱର/ ସମ୍ବଲପୁର,20 ଫେବୃୟାରୀ- ସମ୍ବଲପୁର-ଦର୍ଶନ ନଗର-ସମ୍ବଲପୁର ଆସ୍ଥା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ସକାଳେ ପ୍ରଥମେ ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର-ଦର୍ଶନ ନଗର-ସମ୍ବଲପୁର ଆସ୍ଥା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଯୋଗେ ପଶ୍ଚିମ ଓଡ଼ିଶାର ଲୋକେ ଅଯୋଧ୍ୟା ଯାଇ ଶ୍ରୀ ରାମଙ୍କୁ ଦର୍ଶନ କରିପାରିବେ।
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଅଯୋଧ୍ୟାରେ ଭକ୍ତମାନଙ୍କୁ ପ୍ରଭୁ ଶ୍ରୀରାମ ଲାଲାଙ୍କ ଦର୍ଶନ କରାଇବା ପାଇଁ ସମ୍ବଲପୁର ଷ୍ଟେସନରେ ‘ସମ୍ବଲପୁର – ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ କରି ଆନନ୍ଦିତ । ରାମ ନଗରୀରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଯାତ୍ରୀ ତଥା ରାମଭକ୍ତଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ଉତ୍କଣ୍ଠା ଦେଖାଯାଇଛି । ସୁବିଧାରେ ଭକ୍ତମାନଙ୍କର ଦର୍ଶନ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ଆସ୍ଥା ଟ୍ରେନର ବ୍ୟବସ୍ଥା କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଉଛି ।

Show More

Related Articles

Back to top button