Breaking PLUSଓଡ଼ିଶାପୂଜା ପାର୍ବଣମୁଖ୍ୟ ଖବରସ୍ୱତନ୍ତ୍ର

ଶେଷ ଦିନରେ ଜମୁଛି ରଜ ମଉଜ

ପିଠାମିଠା ସାଙ୍ଗକୁ ଦୋଳି ଖେଳି ମଜଲିସ୍ କରୁଛନ୍ତି କୁଆଁରୀ

ଆଜି ତିନିଦିଆ ରଜ ମହୋତ୍ସବର ତୃତୀୟ ବା ଶେଷ ଦିନ । ବର୍ଷକରେ ଥରେ ଆସୁଥିବା ଏହି କୃଷି ଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହାରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ ଧୁମଧାମରେ ରଜ ପାଳନ କରିଥାନ୍ତି । ଏହି ସମୟରେ ଝିଅ ମାନେ ସାଧାରଣତ କୌଣସି କାର୍ଯ୍ୟ ନ କରିବା ସହିତ ଖେଳି ବୁଲି ମଜା କରିଥାନ୍ତି । ଓଡ଼ିଶାରେ ଏହି ପର୍ବକୁ ଗଣ ପର୍ବ ଭାବେ ପାଳନ କରାଯାଇ ଥାଏ ।

ଗତ ଦୁଇ ବର୍ଷ ହେବ ମହାମାରୀ କରୋନା କଟକଣା ହେତୁ ଏହି ପର୍ବ ପାଳନ ହେଇ ପାରି ନଥିବା ବେଳେ ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଏହି ପର୍ବ ଝିଅମାନେ ଖୁବ ଆଡମ୍ବର ସହ ପାଳନ କରିଛନ୍ତି । ରଜ ପାନ, ପୋଡପିଠା ଓ ରଜ ଦୋଳି ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ସବୁ ବର୍ଗର ଲୋକଙ୍କ ମନରେ ସୃଷ୍ଟି କରିଥାଏ ନୂଆ ଉନ୍ମାଦନା ।

Show More

Related Articles

Back to top button