ଦୁର୍ଘଟଣାଦେଶସ୍ୱାସ୍ଥ୍ୟ

ହାଇଦ୍ରାବାଦ କବାଡିଆ ଗୋଦାମରେ ବଡ ଧରଣର ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡରେ ୧୧ଜଣ ବିହାରୀଶ୍ରମିକ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ହାଇଦ୍ରାବାଦରେ ଏକ କବାଡିଆ ଗୋଦାମରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୧୧ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଉଛି ।

ସୂଚନା ଅନୁସାରେ ,ହାଇଦ୍ରାବାଦର ଭୋଇଗୁଡାରେ ଥିବା ଏକ ସ୍କା୍ରପ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ୧୧ ଜଣ ଶ୍ରମିକ ଏହି  ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଜଣଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଛି ।  ସମସ୍ତ ମୃତ ବ୍ୟକ୍ତି ବିହାର ଆଜମପୁର ଗ୍ରାମର ଅଟନ୍ତି, ସେମାନେ ଏହି କବାଡିଆରେ ରହି କାର୍ଯ୍ୟ କରୁଥିଲେ । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ  ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି । ଏଭଳି ଭୟଙ୍କର ଅଗ୍ନିକାଣ୍ଡରେ ସ୍ଥାନୀୟ ଅଂଚଳର ଲୋକମାନେ  ହୋଇଯାଇଛନ୍ତି ।

Show More

Related Articles

Back to top button