Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ତର୍ଜମା କରୁଛନ୍ତି ତଦନ୍ତକାରୀ ଟିମ

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ।  ବିଦ୍ୟା ଭାରତୀ, ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କ୍ରାଇମବ୍ରାଞ୍ଚ ତରଫରୁ କରାଯ଼ାଇଥିଲା । ଏହି ରିପୋର୍ଟ ଉପରେ ଏବେ ତର୍ଜମା କରୁଛନ୍ତି ତଦନ୍ତକାରୀ ଟିମ । ପୁରୁଣା ବୟାନ ସହ ଲାଏ ଡିଟେକ୍ସନ ରିପୋର୍ଟକୁ ଅନୁଧ୍ୟାନ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ ।

ରିପୋର୍ଟ ଆସିବା ପରେ ତନ୍ନ ତନ୍ନ କରି ସବୁ ଦିଗକୁ  ତର୍ଜମା କରାଯାଉଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ରିପୋର୍ଟ ଆଧାରରେ ଖୁବଶୀଘ୍ର ତଦନ୍ତ ଆଗକୁ ବଢିବ ବୋଲି ସେ କହିଛନ୍ତି । ତେବେ ରିପୋର୍ଟରେ କ’ଣ ରହିଛି ଏଯାଏଁ ସ୍ପଷ୍ଟ କରାଯାଇ ନାହିଁ । ରିପୋର୍ଟ ତର୍ଜମା ପରେ ଏନେଇ ସ୍ପଷ୍ଟ କରାଯାଇପାରେ । କ୍ରାଇମବ୍ରାଞ୍ଚ ଏହି ମାମଲାରେ ଆଗକୁ କ’ଣ ସ୍ପଷ୍ଟ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Show More

Related Articles

Back to top button